Latest Odisha News

ସ୍ଥିତି ଦେଖି ଲକଡାଉନ୍ ନେଇ ନିଆଯିବ ପଦକ୍ଷେପ, ଚାଲିଛି ଅନୁଧ୍ୟାନ: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା କଟକଣାକୁ ବର୍ଷେ । ବର୍ଷେ ଭିତରେ କୋଭିଡ୍ ଯୁଦ୍ଧରେ ଓଡ଼ିଶା ଭଲ ସ୍ଥିତିରେ ରହିଛି । ଗତବର୍ଷ ମାର୍ଚ୍ଚ ୧୨ରେ ରାଜ୍ୟ କ୍ୟାବିନେଟ୍ ସଂଶୋଧିତ ମହାମାରୀ ଆଇନକୁ ମଞ୍ଜୁରୀ ଦେଇଥିଲା । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗତବର୍ଷ ଆଜିର ଦିନରେ କରୋନା ମହାମାରୀକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲା ।

ଏଥିରେ ରାଜ୍ୟକୁ ସଫଳତା ମିଳିଥିବା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ଆଗୁଆ ନିଷ୍ପତ୍ତି ଯୋଗୁଁ ରାଜ୍ୟ କୋଭିଡ୍ ମୁକାବିଲାରେ ସଫଳତା ପାଇଛି । ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସୁସ୍ଥତା ହାର ଅଧିକ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଆଗୁଆ ବା ପ୍ରାକ୍ ପ୍ରସ୍ତୁତି ପଦକ୍ଷେପ ଯୋଗୁଁ ଜନଜୀବନ ବଞ୍ଚି ପାରିଛି ବୋଲି କହିଛନ୍ତି ମନ୍ତ୍ରୀ ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ଜନସାଧାରଣଙ୍କୁ ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ତେବେ ଏବେ ଅନ୍ୟ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସତର୍କ ରହିବାକୁ ମନ୍ତ୍ରୀ କହିଛନ୍ତି । ଜନସାଧାରଣ ପୂର୍ବ ଭଳି ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଲକଡାଉନ୍ ଲାଗୁ କରାଯିବା ନେଇ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି- ସ୍ଥିତି ଦେଖି ପଦକ୍ଷେପ ନିଆଯିବ ।

Leave A Reply

Your email address will not be published.