Latest Odisha News

BREAKING NEWS

ଆଜିଠୁ ୪ ଦିନ ଯାଏଁ ବ୍ୟାଙ୍କ ବନ୍ଦ

ନୂଆଦିଲ୍ଲୀ: ୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରାଯାଇ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ଦ୍ଵାରା ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ଏହି ଧର୍ମଘଟ ୨ ଦିନ ଥିଲେ ମଧ୍ୟ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ ୧୩ ମାର୍ଚ୍ଚରେ ମାସର ଦ୍ୱିତୀୟ ଶନିବାର ଏବଂ ତା’ପରେ ୧୪ ମାର୍ଚ୍ଚ ରବିବାର ପଡୁଛି। ସେହିପରି ବ୍ୟାଙ୍କଗୁଡିକ ୧୫ ଏବଂ ୧୬ ରେ ଧର୍ମଘଟ ଡାକରା ଦେଇଛନ୍ତି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ଦ୍ୱାରା ଡକାଯାଇଥିବା ଏହି ଧର୍ମଘଟରେ ୯ଟି ୟୁନିଅନ ରହିଛି।

ଫେବୃଆରୀରେ ଉପସ୍ଥାପିତ ହୋଇଥିବା ୨୦୨୧ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨ଟି ସରକାରୀ ବ୍ୟାଙ୍କର ଘରୋଇକରଣ ଘୋଷଣା କରିଥିଲେ।

ଏହି ସେବାଗୁଡିକ ଜାରି ରହିବ-

ବ୍ୟାଙ୍କ ସଂସ୍ଥାଗୁଡ଼ିକର ଷ୍ଟ୍ରାଇକ୍ ଏବଂ ସମାପ୍ତ ଛୁଟି କାରଣରୁ କ୍ରମାଗତ ୪ ଦିନ ବ୍ୟାଙ୍କ ଶାଖା ବନ୍ଦ ହୋଇପାରେ। ତେବେ ଚିନ୍ତା କରନ୍ତୁ ନାହିଁ ଆପଣ ଯେକୌଣସି ପ୍ରକାରର ଟଙ୍କା କାରବାର ପାଇଁ ଆପଣଙ୍କର ମୋବାଇଲ୍ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଭଳି ସୁବିଧା ଉଠାଇ ପାରିବେ।

Leave A Reply

Your email address will not be published.