Latest Odisha News

BREAKING NEWS

ମମତାଙ୍କ ସିକ୍ୟୁରିଟି ଡାଇରେକ୍ଟର, ମେଦିନିପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସସ୍‌ପେଣ୍ଡ କଲେ ନିର୍ବାଚନ କମିଶନ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ଘଟଣାରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ । ମମତାଙ୍କ ସିକ୍ୟୁରିଟି ନିର୍ଦ୍ଦେଶ, ମେଦିନିପୁର ଜିଲ୍ଲାପାଳ ଓ ଏସପିଙ୍କୁ ସସପେଣ୍ଡ କରିଛନ୍ତି ନିର୍ବାଚନ କମିଶନ । ଦାୟିତ୍ବରେ ଅବହେଳା କାରଣରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଇସି ।

ନିର୍ବାଚନୀ ପ୍ରଚାର ବେଳେ ମମତା ବାନାର୍ଜୀ ଆହତ ହେବା ପରେ ପଶ୍ଚିମବଙ୍ଗରେ ଦେଖାଦେଇଥିଲା ରାଜନୈତିକ ତିକ୍ତତା । ମମତା ବାନର୍ଜୀଙ୍କୁ ଆକ୍ରମଣ କରାଯାଇଥିବା ଟିଏମ୍‌ସି ନେତା ଅଭିଯୋଗ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି । ମମତା ଆହତ ହେବା ଘଟଣାକୁ ନେଇ ପଶ୍ଚିମବଙ୍ଗରେ ମୁହାଁମୁହିଁ ସ୍ଥିତି ଦେଖା ଦେବା ପରେ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ ନିର୍ବାଚନ କମିଶନ । ଘଟଣା ଦିନ ଦାୟିତ୍ବରେ ଅବହେଳା ଦର୍ଶାଇ ମମତାଙ୍କ ସିକ୍ୟୁରିଟି ନିର୍ଦ୍ଦେଶକଙ୍କ ସହ ମେଦିନିପୁର ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜିଲ୍ଲାପାଳ ବିଭୁ ଗୋୟଲଙ୍କ ସ୍ଥାନ​‌ରେ ମେଦିନିପୁର ଜିଲ୍ଲାପାଳ ଭାବେ ୨୦୦୫ ବ୍ୟାଚ୍‌ ଆଇଏଏସ୍‌ ସ୍ମିତା ପାଣ୍ଡେଙ୍କୁ ଦାୟିତ୍ବ ଦିଆଯାଇଛି । ସେହିପରି ମେଦିନିପୁର ଏସ୍‌ପି ପ୍ରବୀଣ ପ୍ରକାଶଙ୍କ ବଦଳରେ ୨୦୦୯ ବ୍ୟାଚ୍‌ର ଆଇପିଏସ ସୁନୀଲ ଯାଦବଙ୍କୁ ଏସ୍‌ପି ଭାବେ ଦାୟିତ୍ବ ଦିଆଯାଇଛି ।

Comments are closed.