Latest Odisha News

BREAKING NEWS

ଟସ୍ ଜିତି ଭାରତର ବୋଲିଂ ନିଷ୍ପତି: ଈଶାନ, ସୂର୍ଯ୍ୟକୁମାରଙ୍କୁ ସୁଯୋଗ

ଅହମ୍ମଦାବାଦ: ଏଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ମ୍ୟାଚରେ ଦୁଇ ଯୁବ ଖେଳାଳି ଈଶାନ କିଶାନ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଆନ୍ତର୍ଜାତୀୟ ମ୍ୟାଚ ପଦାର୍ପଣର ସୁଯୋଗ ମିଳିଛି । ଶିଖର ଧାୱନଙ୍କ ସ୍ଥାନରେ ଈଶାନ ଓ ଅଲରାଉଣ୍ଡର ଅକ୍ଷୟ ପଟେଲଙ୍କ ବଦଳରେ ସୂର୍ଯ୍ୟକୁମାର ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି । ପ୍ରଥମ ଟି୨୦ରେ ଭାରତ ଭ୍ରମଣକାରୀ ଦଳ ନିକଟରୁ ଶୋଚନୀୟ ଭାବେ ପରାଜିତ ହୋଇଥିଲା ।

ଟିମ୍ ଇଣ୍ଡିଆ: ଲୋକେଶ ରାହୁଲ, ଈଶାନ କିଶାନ, ବିରାଟ କୋହଲି (ଅଧିନାୟକ), ଋଷଭ ପନ୍ତ, ଶ୍ରେୟାଶ ଆୟାର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଭୁବନେଶ୍ୱର କୁମାର ଓ ୟୁଜଭେନ୍ଦ୍ର ଚହଲ ।

Leave A Reply

Your email address will not be published.