Latest Odisha News

BREAKING NEWS

ଆସନ୍ତାକାଲି ଓ ମଙ୍ଗଳବାର ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ : ଆସନ୍ତାକାଲି ବନ୍ଦ ରହିବ ବ୍ୟାଙ୍କ । ସେହିପରି ମଙ୍ଗଳବାର ମଧ୍ୟ ବ୍ୟାଙ୍କ କାରବାର ହେବନି । ବ୍ୟାଙ୍କ ମିଶ୍ରଣ ଓ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ ପ୍ରତିବାଦରେ ଧର୍ମଘଟ ଡାକରା ଦେଇଛି ବ୍ୟାଙ୍କ ୟୁନିୟନ । ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିୟନସ ପକ୍ଷରୁ ଦିଆଯାଇଥିବା ଏହି ଧର୍ମଘଟରେ ସାମିଲ ହେବେ ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ।

ଫେବୃଆରୀରେ ଉପସ୍ଥାପିତ ହୋଇଥିବା ୨୦୨୧ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨ଟି ସରକାରୀ ବ୍ୟାଙ୍କର ଘରୋଇକରଣ ଘୋଷଣା କରିଥିଲେ । ଯାହାକୁ ବିରୋଧ କରି ଦୁଇ ଦିନିଆ ଧର୍ମଘଟ ଡାକରା ଦେଇଛି ବ୍ୟାଙ୍କ ୟୁନିୟନ । ଏହି ସମୟରେ ବ୍ୟାଙ୍କର ପ୍ରଭାବିତ ହେବାର ଆଶଙ୍କା ରହିଛି । ଧର୍ମଘଟ ସତ୍ତ୍ବେ ମୋବାଇଲ ଓ ଇଣ୍ଟରନେଟ୍ ବ୍ୟାଙ୍କିଂ ଜାରି ରହିବ ।

Leave A Reply

Your email address will not be published.