ନୂଆଦିଲ୍ଲୀ: ଦେଶରେ କରୋନା ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଗତ ଆଠ ଦିନ ହେବ ବଢୁଛି । ଦୈନିକ ସଂକ୍ରମଣ । ୧୮ହଜାରରୁ ବଢ଼ି ୨୫ ହଜାର ପାର କରିଛି । ଗତ ୮ ଦିନ ଭିତରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୭୪ହଜାର ୧୪୦ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଲାଣି ୯୬୯ ଜୀବନ । ସେହିପରି ପାଞ୍ଚ ଦିନ ଭିତରେ କରୋନା ଆକ୍ଟିଭ୍ କେସ୍ ୨ଲକ୍ଷ ପାର ବି କରିଛି ।
୬ଟି ରାଜ୍ୟ ମହାରାଷ୍ଟ୍ର, କେରଶଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡୁରେ ଦୈନିକ ପଜିଟିଭ୍ କେସ୍ ବଢୁଛି । ଏହି ୬ଟି ରାଜ୍ୟ ଦୈନିକ ମୋଟ୍ ୮୫ ପ୍ରତିଶତ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।
ଗତବର୍ଷ ଡିସେମ୍ବର ମାସରେ ଯେଭଳି ସଂକ୍ରମଣ ଥିଲା ପୁଣି ଥରେ ସେହିଭଳି ସ୍ଥିତି ନଜର ଆସୁଛି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨୬ହଜାର ୨୯୧ ଆକ୍ରାନ୍ତ । ଯାହାକି ଗତ ୮୫ ଦିନ ଭିତରେ ସର୍ବାଧିକ । ଏହା ପୂର୍ବରୁ ଡିସେମ୍ବର ୨୦ ତାରିଖରେ ସାରା ଦେଶରୁ ସଂକ୍ରମିତ ହୋଇଥିଲେ ୨୬ହଜାର ୬୨୪ ଜଣ ।
ଦିନ କେଇଟାରେ ସଂକ୍ରମଣ ହାର ୧.୫୫ପ୍ରତିଶତରୁ ବଢ଼ି ୧.୮୫ପ୍ରତିଶତ ହୋଇଗଲା । ସେହିପରି ଗତ ୪ ଦିନ ଭିତରେ କରୋନାଜନିତ ଦୈନିକ ମୃତ୍ୟସଂଖ୍ୟା ବି ବଢ଼ିବାରେ ଲାଗିଛି । ପୂର୍ବରୁ ଶହେରୁ କମ୍ ଆକ୍ରାନ୍ତ ପ୍ରାଣ ହରାଉଥିଲେ । ଏବେ ପ୍ରତିଦିନ ଶହେରୁ ଅଧିକ ମୃତ୍ୟୁବରଣ କରୁଛନ୍ତି ।
Comments are closed.