Latest Odisha News

BREAKING NEWS

ବ୍ରାଜିଲର ମହାନ ଖେଳାଳି ପେଲେଙ୍କ ରେକର୍ଡ ଭାଙ୍ଗିଲେ ରୋନାଲ୍ଡୋ

ନୂଆଦିଲ୍ଲୀ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ସୋମବାର ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ସେ ବ୍ରାଜିଲର ମହାନ ଖେଳାଳି ପେଲେଙ୍କ ସର୍ବାଧିକ ଗୋଲ ରେକର୍ଡ ଭାଙ୍ଗିଛନ୍ତି । ପେଲେ ୭୬୭ ଓଭରାଲ ଗୋଲ ସ୍କୋର କରିଥିବା ବେଳେ ରୋନାଲ୍ଡୋ ୭୭୦ ଗୋଲ ଦେଇଛନ୍ତି । ଇଟାଲିଆନ୍ ସିରି ଏ ମୁକାବିଲାରେ ରୋନାଲ୍ଡୋଙ୍କ ହ୍ୟାଟ୍ରିକ ଗୋଲ ବଳରେ ଯୁଭେଂଟସ ୩-୧ ଗୋଲରେ କ୍ୟାଗଲିୟରିକୁ ହରାଇ ଦେଇଛି । ରେକର୍ଡ ହାସଲ ନେଇ ତାଙ୍କୁ ପଚରାଯିବାରୁ ସେ କହିଥିଲେ ଗୋଲ ଅଧିକ କରିଥିଲେ ମଧ୍ୟ ପେଲେଙ୍କ ସମକକ୍ଷ କେବେ ହେଲେ ହୋଇପାରିବି ନାହିଁ ।

ରୋନାଲ୍ଡୋ ଓ ପେଲେଙ୍କ ପଛକୁ ଅଷ୍ଟ୍ରିୟାର ଜୋସେଫ ବିକାନ ୭୫୯ ଗୋଲ ସହ ତୃତୀୟ ସ୍ଥାନରେ ରହିଛନ୍ତି । ବ୍ରାଜିଲର ରୋମାରିଓ (୭୪୩) ଓ ଆର୍ଜେଂଟିନାର ଲିଓନେଲ ମେସୀ(୭୩୦) ୪ର୍ଥ ଓ ପଂଚମ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.