Latest Odisha News

BREAKING NEWS

ମଲ୍ଟିପ୍ଲେକ୍ସ ସହ ପ୍ରତିଯୋଗିତା କରିବାକୁ ପ୍ରସ୍ତୁତ ହେଲା ରାଜଧାନୀର ପୁନଃନିର୍ମିତ ସ୍ୱାତୀ ସିନେମା ହଲ

ଭୁବନେଶ୍ୱର: ରାଜଧାନୀରେ ସିନେପଲିସ୍ ଓ ଆଇନକ୍ସ ଭଳି ମଲ୍ଟିପ୍ଲେକ୍ସ ସ୍କ୍ରିନରେ ଫିଲ୍ମ ଦେଖିବାକୁ ଦର୍ଶକ ପସନ୍ଦ କରୁଥିବା ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ସହରର ବହୁ ପୁରୁଣା ଏସ୍ କମ୍ପେ୍ଳକ୍ସର ସ୍ୱାତୀ ସିନେମା ହଲକୁ ଏପରି ନୂଆ ଢଙ୍ଗରେ ପ୍ରସ୍ତୁତ କରାଯାଇଛି । ପୁନଃନିର୍ମାଣ କରାଯାଇ ମଡର୍ଣ୍ଣ ଲୁକ୍ ଦିଆଯାଇଥିବା ସ୍ୱାତୀ ସିନେମା ହଲ୍‌ରେ ଏବେ ୩୭୫ଟି ସିଟ୍ ରହିଛି ।

ଉନ୍ନତ ମାନର ସାଉଣ୍ଡ ସିଷ୍ଟମ ବ୍ୟବହାର କରାଯାଇଥିବାରୁ ଦର୍ଶକ ଏହି ନୂଆ ସାଉଣ୍ଡ ଅନୁଭୁତିକୁ ବେଶ୍ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଏସ୍ କମ୍ପେ୍ଲକ୍ସର ମ୍ୟାନେଜର ଅରବିନ୍ଦ ସାହୁ । ଏଥି ସହିତ ସେ କହିଛନ୍ତି ଯେ, ଡଲବି ଆଟମସ୍ ଓ ରିକ୍ଲାଇନରର ସୁବିଧା ସମ୍ପନ୍ନ ସ୍ୱାତୀ ସିନେମା ହଲ୍ ଏବେ ସ୍ମାର୍ଟ ସିଟିର ଅନ୍ୟ ସିନେପ୍ଲେକ୍ସ ସହ ପ୍ରତିଯୋଗିତାରେ ସାମିଲ ହୋଇପାରିବ ଏବଂ ଦର୍ଶକଙ୍କୁ ହଲ୍‌ରେ ସିନେମା ଦେଖିବାର ଶ୍ରେଷ୍ଠ ଅନୁଭୁତି ଆଣିଦେବ ।

ସ୍ୱାତୀ ହଲ୍‌ର ଏହି ପୁନର୍ବିନ୍ୟାସ ପରେ ଦର୍ଶକମାନେ ଏବେ ନିକଟରେ ମୁକ୍ତିଲାଭ କରିଥିବା ଜାହ୍ନବୀ କପୁର ଓ ରାଜକୁମାର ରାଓଙ୍କ ବଲିଉଡ୍ ହରର କମେଡି ଚଳଚ୍ଚିତ୍ର ରୁହି ଦେଖିବାର ମଜା ଉଠାଉଛନ୍ତି ।

Leave A Reply

Your email address will not be published.