Latest Odisha News

BREAKING NEWS

କୁନ୍ତଳାଙ୍କ କୋଳକୁ ଫେରିଲା ଜଙ୍ଗଲି ବାରହା ‘ଢୁଡ଼’

କେନ୍ଦୁଝର: ମଣିଷ ଓ ଜଙ୍ଗଲି ଜନ୍ତୁଙ୍କ ଅନାବିଳ କାହାଣୀ । ଘରକୁ ଫେରିଲା ଢୁଡ଼ । କେନ୍ଦୁଝର ତେଲକୋଇ ପୁରୁଷୋତମପୁରର କୁନ୍ତଳା କୁମାରୀ ପେଣ୍ଠେଇଙ୍କ କୋଳକୁ ଫେରିଛି ଜଙ୍ଗଲି ବାରହା । ଜଙ୍ଗଲରେ ବୁଲୁଥିବା ନେଇ ଗ୍ରାମବାସୀଙ୍କ ଠାରୁ ଖବର ପାଇବା ପରେ କୁନ୍ତଳା ଓ ତାଙ୍କ ଝିଅ ଜଙ୍ଗଲରେ ପହଞ୍ଚି ଢୁଡ଼କୁ ଉଦ୍ଧାର କରି ଘରକୁ ଆଣିଛନ୍ତି । 

୧୦ ମାସ ତଳେ ଜଙ୍ଗଲକୁ ଜାଳେଣୀ କାଠ ଆଣିବାକୁ ଯାଇଥିବା ବେଳେ ବାରହା ଛୁଆଟିଏ ପାଇଥିଲେ କୁନ୍ତଳା । ଜଙ୍ଗଲ ଭିତରେ ବାରହା ଛୁଆଟି ଅସହାୟ ଅବସ୍ଥାରେ ପଡି ରହିଥିଲା । କୁନ୍ତଳା ତାକୁ ଉଦ୍ଧାର କରି ଘରକୁ ଆଣିଥିଲେ । କୁନ୍ତଳା ବାରହାକୁ ଖାଇବା ପିଇବାକୁ ଦେଇ ନିଜ ଘରେ ପାଳିଆସିଥିଲେ । ସେ ଢୁଡକୁ ଛୋଟରୁ ବଡ କରିଛନ୍ତି ।

ମାତ୍ର ସପ୍ତାହେ ହେଲା ବନ ବିଭାଗ କୁନ୍ତଳାଙ୍କ ଠାରୁ ବାରହାଟିକୁ ଛଡାଇ ନେଇ ଜଙ୍ଗଲରେ ଛାଡିଦେଇଥିଲା । ବାରହାକୁ ଝୁରି ଝୁରିି ଦୁଃଖରେ ଦିନ କାଟୁଥିଲେ କୁନ୍ତଳା । ବାରହାକୁ ବନ ବିଭାଗ ଛଡାଇ ନେବା ପରେ ପ୍ରତିଦିନ ଜଙ୍ଗଲରେ ବୁଲି ବୁଲି ସେ ତାକୁ ଖାଇବାକୁ ଡାକୁଥିଲେ । ଖୁସିର ବିଷୟ ଏବେ କୁନ୍ତଳାଙ୍କ ତୁଡ଼ ତାଙ୍କ କୋଳକୁ ଫେରିଛି । 

Leave A Reply

Your email address will not be published.