ଜୟପୁର: ବେଙ୍ଗାଲୁରୁରୁ ଜୟପୁର ଆସୁଥିବା ଏକ ବିମାନରେ ଜଣେ ଗର୍ଭବତୀ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ବିମାନ ଚାଲୁଥିବା ସମୟରେ ସେହି ବିମାନରେ ଯାଉଥିବା ଜଣେ ଡାକ୍ତର ଓ ବିମାନ କର୍ମଚାରୀ ମହିଳାଙ୍କ ପ୍ରସବ କରାଇଛନ୍ତି । ଜୟପୁରରେ ବିମାନ ପହଞ୍ଚିବା ପରେ ମହିଳା ଓ ନବଜାତକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।
ଲଳିତା ନାମକ ଜଣେ ମହିଳା ବେଙ୍ଗାଳୁରୁରୁ ଜୟପୁର ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିଲେ । ଯାତ୍ରା ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ଯାତ୍ରା କରୁଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ଚିନ୍ତାରେ ପଡିଯାଇଥିଲେ । ବିମାନରେ ଉପସ୍ଥିତ ଥିବା କର୍ମଚାରୀ ଓ ଯାତ୍ରା କରୁଥିବା ଜଣେ ଡାକ୍ତର ମହିଳାଙ୍କ ପ୍ରସବ କରାଇଥିଲେ ।
Comments are closed.