Latest Odisha News

BREAKING NEWS

କଟକରେ ୧୨ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

କଟକ: କଟକ ଲିଙ୍କରୋଡ୍ ସ୍ଥିତ ଏକ ଶିକ୍ଷାନୁଷ୍ଠାନର ପ୍ରାୟ ୧୨ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁଯାୟୀ, କରୋନା ଲକ୍ଷଣ ଦେଖାଯିବା ପରେ ସମ୍ପୃକ୍ତ ଛାତ୍ରଛାତ୍ରୀ ମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା। ତନ୍ମଧ୍ୟରେ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ପଜିଟିଭ୍ ଚିହ୍ନଟ ଛାତ୍ରଛାତ୍ରୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ନେଇ କଟକ ମହାନଗର ନିଗମ ପକ୍ଷରୁ ଜଣାପଡିଛି। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରାଯିବ ବୋଲି ସୂଚନା ମିଳିଛି।

ତେବେ ଏହି ଘରୋଇ ଶିକ୍ଷାନୁଷ୍ଠାନର ହଷ୍ଟେଲରେ ୭୦ରୁ ଅଧିକ ଛାତ୍ରଛାତ୍ରୀ ରହୁଥିବା ବେଳେ ଏହା ସ୍ଥାନୀୟ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିପାରେ।

Comments are closed.