Latest Odisha News

BREAKING NEWS

କେଭିପିୱାଇରେ ସାଇ ଇଣ୍ଟର ନ୍ୟାସନାଲର ଅତୀଶ ଓଡିଶା ଟପ୍ପର, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଦ୍ୱାରା ପରିଚାଳିତ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା(କେଭିପିୱାଇ)ରେ ଓଡିଶାରୁ ଟପର ହୋଇଥିବା ଅତୀଶ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଏଥି ସହ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳମୟ ଭବିଷ୍ୟତ କାମନା କରିଛନ୍ତି । ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଛାତ୍ର ଅତୀଶଙ୍କ ଏହି ସଫଳତାରେ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

ଚଳିତ ବର୍ଷ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ର ୧୪ ଜଣ ଛାତ୍ରଛାତ୍ରୀ କେଭିପିୱାଇ ପାଇଁ ମନୋନୀତ ହୋଇଛନ୍ତି । ଜେଇଇ ମେନ୍‌ରେ ଓଡ଼ିଶା ଟପ୍ପର ହୋଇଥିବା ଗୌତମ ଦାସ କେଭିପିୱାଇରେ ସର୍ବଭାରତୀୟ ସ୍ତରରେ ୨୨୨ ତମ ର‌୍ୟାଙ୍କ ଅକ୍ତିଆର କରିଛନ୍ତି ।

ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ବିଜ୍ଞାନ ପାଠ୍ୟକ୍ରମ ଏବ ଅନୁସନ୍ଧାନ ବୃତ୍ତି ପାଇଁ ବିଜ୍ଞାନରେ ଉତ୍ସାହିତ ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା ଆୟୋଜିତ କରିଥାଏ । ଦକ୍ଷତା ପରୀକ୍ଷା ଏବଂ ବ୍ୟକ୍ତିଗତ ସାକ୍ଷାତକାର ପରୀକ୍ଷା ପରି ୨ଟି ପ୍ରକ୍ରିୟାରେ କେଭିପିୱାଇ ପରୀକ୍ଷା କରାଯାଇଥାଏ । ୨୦୨୦-୨୧ ବର୍ଷରେ କରୋନା ପାଇଁ କେବଳ ଦକ୍ଷତା ପରୀକ୍ଷା ପ୍ରକ୍ରିୟାରେ ଚୟନ କରାଯାଇଛି ।

Leave A Reply

Your email address will not be published.