Latest Odisha News

BREAKING NEWS

ନବୀନ ନିବାସରେ ବିଜେପି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ବିଧାନସଭାରେ ଅଚଳାବସ୍ଥା ଓ ଧାନ ମଣ୍ଡି ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସ ଯାଇଛି ବିଜେପି ବିଧାୟକଙ୍କ ଟିମ୍ । ସେମାନେ ନବୀନ ନିବାସ ଆଗରେ ଧାରଣା ଦେଇଥିବା ବେଳେ ସେମାନଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ଚାଲି ଚାଲି ନବୀନ ନିବାସରୁ ବାହାରି ବିଜେପି ବିଧାୟକଙ୍କ ଧାରଣାସ୍ଥଳରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ।

ଧାରଣାସ୍ଥଳରେ ସେମାନଙ୍କ ସହ କଥା ହୋଇଥିଲେ । ଆଲୋଚନା କରିବା ପାଇଁ ବିଜେପି ସଦସ୍ୟଙ୍କୁ ଭିତରକୁ ଡାକିଲେ ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ପରେ ବିଜେପି ବିଧାୟକମାନେ ଆଲୋଚନା ପାଇଁ ନବୀନ ନିବାସ ଭିତରକୁ ଯାଇଛନ୍ତି । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ୟା ବାବଦରେ ଆଲୋଚନା କରୁଛନ୍ତି ବିଜେପି ବିଧାୟକ । ଆଲୋଚନା ବେଳେ ବିଜେଡିର କିଛି ବରିଷ୍ଠ ନେତା ଉପସ୍ଥିତ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.