Latest Odisha News

BREAKING NEWS

ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ପରିଣୀତି, ସାଇନା ନେହୱାଲଙ୍କ ଲୁକରେ ସେୟାର କଲେ ଫଟୋ 

ମୁମ୍ବାଇ: ସାଇନା ନେହୱାଲଙ୍କ ଲୁକରେ ଫଟୋ ସେୟାର କରିଛନ୍ତି ପରିଣୀତି ଚୋପ୍ରା ।  ଏକଦମ୍ ସାଇନାଙ୍କ ଲୁକ୍ ଓ ଷ୍ଟାଇଲରେ ସେ ଫଟୋ ପୋଷ୍ଟ କରିଛନ୍ତି । ପରିଣୀତି ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ଗୋଟିଏ ଫଟୋ ସାଇନାଙ୍କର ଏବଂ ଅନ୍ୟଟି ପରିଣୀତିଙ୍କର । ଟ୍ବିଟର ୟୁଜର୍ସ ଏହି ଫଟୋରେ ପରିଣୀତିଙ୍କ କଳାଜାଇକୁ ନେଇ ଟ୍ରୋଲ୍ କରିବା ଆରମ୍ଭ କରିଛନ୍ତି । ପରିଣୀତି ଚୋପ୍ରାଙ୍କୁ ଅପକମିଂ ମୁଭି ସାଇନା ନେହୱାଲଙ୍କ ବାୟୋପିକରେ ଦେଖିବାକୁ ମିଳିବ ।

ପରିଣୀତି ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ମୁଁ ଏହି ରୋଲ କରି ଅତ୍ୟନ୍ତ ଖୁସି ଅନୁଭବ କରୁଛି । ପରିଣୀତିଙ୍କର ଏହି ଫଟୋକୁ ଲୋକେ ପସନ୍ଦ କରିବା ସହ ପ୍ରଶଂସା କରିଛନ୍ତି । ସେପଟେ ଅନ୍ୟ କିଛି ଲୋକଙ୍କୁ ତାଙ୍କ ମୁହିଁରେ ଥିବା କଳାଜାଇ ପସନ୍ଦ ଆସିନାହିଁ ।

ଟ୍ୱିଟରରେ ଜଣେ ୟୁଜର୍ସ କମେଣ୍ଟ ଦେଇଛନ୍ତି, ଏତେ ବଡ କଳାଜାଇ କାହିଁକି? ପରିଣୀତିଙ୍କ ମୁହଁରେ ଥିବା କଳାଜାଇ ଅଧିକ ବଡ଼ ହେଇଛି । ସାଇନାଙ୍କ ମୁହଁରେ କଳାଜାଇ ବହୁତ ଛୋଟ ଏବଂ ପରିଣୀତିଙ୍କର ଏତେ ବଡ କାହିଁକି ହୋଇଛି । ଏତେ ଖରାପ ପରିବର୍ତ୍ତନ କାହିଁକି ହୋଇଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.