Latest Odisha News

BREAKING NEWS

ଟିକାକରଣ ପରେ ୮ ଜଣ ହୋଇଛନ୍ତି କରୋନା ଆକ୍ରାନ୍ତ; ପଞ୍ଜାବ

ନୂଆଦିଲ୍ଲୀ: ଜାନୁଆରୀରେ ଦେଶରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ତେବେ ପଞ୍ଜାବରେ ହିତାଧିକାରୀଙ୍କ ଟିକାକରଣ ପରେ ଆଠଟି ନୂଆ ପଜିଟିଭ ମାମଲା ସାମ୍‌ନାକୁ ଆସିଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଟିକାକରଣ ପରେ ପଜିଟିଭ୍ ପରୀକ୍ଷା କରିଥିବା ଆଠ ଜଣ ହିତାଧିକାରୀଙ୍କ ମଧ୍ୟରୁ ୬ ଜଣଙ୍କୁ ପ୍ରଥମ ଡୋଜ ନେବା ପରେ ହିଁ ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି। କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ଲୁଧିଆନରେ ରାତି ୯ଟାରୁ ସକାଳ ୫ଟା ଯାଏ ରାତ୍ରି କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି।

ପଞ୍ଜାବର କୋଭିଡ-୧୯, ନୋଡାଲ ଅଧିକାରୀ ଡ. ରାଜେଶ ଭାସ୍କର କହିଛନ୍ତି ଯେ ଟିକାକରଣର ଡୋଜ ପାଇବା ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୬ ଜଣଙ୍କ ମଧ୍ୟରୁ ଦୁଇଜଣ ମୋହାଲିରୁ ଏବଂ ଅନ୍ୟମାନେ ପଟିଆଲାରୁ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ସମସ୍ତଙ୍କୁ କୋଭିଶିଲ୍ଡ ଟିକା ଦିଆଯାଇଥିଲା।

Leave A Reply

Your email address will not be published.