Latest Odisha News

BREAKING NEWS

ଜାତୀୟ ସବଜୁନିୟର ଏକାଡେମୀ ମହିଳା ହକି : ୪୨ ଗୋଲ ବ୍ୟବଧାନରେ ଜିତିଲା ମଧ୍ୟପ୍ରଦେଶ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ସବଜୁନିୟର ଏକାଡେମୀ ମହିଳା ହକିରେ ମଧ୍ୟପ୍ରଦେଶ କରିଛି ଗୋଲ ବର୍ଷା । ତାମିଲନାଡୁ ବିପକ୍ଷ ମୁକାବିଲାରେ ମଧ୍ୟପ୍ରଦେଶ ୪୨-୦ ଗୋଲରେ ବିଜୟ ହାସଲ କରିିଛି । ବିଜୟୀ ଦଳ ପକ୍ଷରୁ ଭୂମିକ୍ଷା ସାହୁ ୯ଟି, କ୍ରିଷ୍ଣା ଶର୍ମା ୭ଟି, ହୁଦା ଖାଁ ୫ଟି, ସ୍ନେହା ପଟେଲ ୪ଟି, ପଲକ ଗୁପ୍ତା ୩ଟି, ଶିଳେଇମା ଖାେଇଦେବ ୨ଟି ଓ ରିତିକା ଅହୱାରିୟର ୨ଟି ଗୋଲ ସ୍କୋର କରିଥିଲେ ।

ତାମିଲନାଡୁ ଗୋଲ କରିବାର କୌଣସି ସୁଯୋଗ ପାଇ ନ ଥିଲା । ସମ୍ପୂର୍ଣ୍ଣ ମ୍ୟାଚରେ ମଧ୍ୟପ୍ରଦେଶ ଏକତରଫା ପ୍ରଦର୍ଶନ କରିଥିଲେ । ଅନ୍ୟ ମୁକାବିଲାରେ ସାଇ ଏକାଡେମୀ ୯-୦ରେ ମାର୍କଣ୍ଡେଶ୍ୱର ପରାସ୍ତ କରିଛି ।

Leave A Reply

Your email address will not be published.