Latest Odisha News

ଆଜି ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି

ଭୁବନେଶ୍ୱର: ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳ ୯ଟାରେ ଶ୍ରୀ କୋବିନ୍ଦ କାରକେଡରେ ରାଜଭବନରୁ ବାହାରି ୯ଟା ୫ରେ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ୯ଟା ୧୫ମିନିଟରେ ଝାରସୁଗୁଡା ବିମାନବନ୍ଦର ଅଭିମୁଖେ ବିମାନରେ ଯିବେ ।

ସେଠାରେ ୯ଟା ୫୫ରେ ପହଞ୍ଚିବା ପରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ରାଉରକେଲା ଯିବେ । ଏନଆଇଟି ସମାବର୍ତ୍ତନ ଉତ୍ସବରେ ଦିନ ୧୧ଟାରୁ ୧୨ ଯାଏଁ ରହିବେ ।

୧୨ଟା ୧୦ରେ ରାଉରକେଲା ହାଉସରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବେ । କିଛି ସମୟ ବିଶ୍ରାମ ନେବା ପରେ ୩ଟା ୧୫ରୁ ୩ଟା ୩୦ ମଧ୍ୟରେ କିଛି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଭେଟିବେ । ଏହା ପରେ ସେ ରାଉରକେଲା ସୁପର ସ୍ପେଶାଲିଟି ହସ୍ପିଟାଲକୁ ଉଦଘାଟନ କରିବେ । ଅପରାହ୍ନ ୪ଟା ୩୦ରେ ସେ ରାଉରକେଲା ଏୟାରଷ୍ଟ୍ରପିରୁ ବାହାରି ଝାରସୁଗୁଡାରେ ପହଞ୍ଚିବେ । ୫ଟା ୪୦ରେ ସେ ଭୁବନେଶ୍ୱର ଅଭିମୁଖେ ବିମାନରେ ଉଡାଣ ଭରିବେ । ସନ୍ଧ୍ୟା ୬ଟା ୧୦ରେ ଭୁବନେଶ୍ୱରରେ ପହଞ୍ଚିବେ ।

ଆସନ୍ତାକାଲି ରାଷ୍ଟ୍ରପତି ପୁରୀ ଓ କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.