Latest Odisha News

BREAKING NEWS

ପଡ଼ୋଶୀ ଘରେ ଲାଗିଥିବା ନିଆଁ ଲିଭାଇବାକୁ ଯାଇ ମାଆପୁଅ ମୃତ

ଯାଜପୁର: ଯାଜପୁର ବାଲିଚନ୍ଦ୍ରପୁର ଥାନା ନଳିପୁର ଗାଁରେ ଅଭାବନୀୟ ଘଟଣା । ପଡ଼ୋଶୀଙ୍କୁ ସାହାଯ୍ୟ କରିବାକୁ ଯାଇ ପ୍ରାଣ ହାରିଲେ ମାଆପୁଅ । ପଡ଼ୋଶୀଙ୍କ ଘରେ ଲାଗିଥିବା ନିଆଁକୁ ଲିଭାଇବା ଉଦ୍ୟମ ବେଳେ ବିଦ୍ୟୁତ୍ ଆଘାତରେ ମାଆପୁଅଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ବିଳମ୍ବିତ ରାତିରେ ନଳିପୁର ଗାଁରେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିଥିବା ଦେଖି ମାଆପୁଅ ଆସିଥିଲେ । ନିଆଁ ଯୋଗୁଁ ସର୍ଭିସ୍ ବିଦ୍ୟୁତ୍ ତାର ତଳେ ଛିଣ୍ଡି ପଡ଼ିଥିଲା । ଏହି ତାର ସଂସ୍ପର୍ଶରେ ଆସି ମାଆପୁଅଙ୍କ ମୃତ୍ୟୁ ହୋଇଛି । ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରିଛି ।

ଅଗ୍ନିକାଣ୍ଡ ଘଟିବା ପରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇନଥିଲା । ଫଳରେ ୭ ବର୍ଷର ପୁଅ ସହ ଆଖି ବୁଜିଛି ମାଆ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳି ଯାଇଛି ।

Leave A Reply

Your email address will not be published.