Latest Odisha News

ଲୋକସଭା ବାଚସ୍ପତି ଓମ ବିର୍ଲା କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ ବିର୍ଲା କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ୍‌ କତ୍ତୃର୍ପକ୍ଷ ତରଫରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ୧୯ ମାର୍ଚ୍ଚରେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା ଏବଂ ୨୦ ମାର୍ଚ୍ଚରେ ସେ ଏମ୍‌ସ କୋଭିଡ୍ ସେଣ୍ଟର ଅଫ୍ ସର୍ଭିଲାନ୍ସରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

Comments are closed.