Latest Odisha News

BREAKING NEWS

ଟିମ୍ ଇଣ୍ଡିଆ ଦଣ୍ଡିତ

ଅହମ୍ମଦାବାଦ: ୫ମ ଟି୨୦ରେ ବିଜୟ ହାସଲ କରି ଇଂଲଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ୩-୨ରେ ସିରିଜ ହାତେଇ ନେଇଛି । ତେବେ ଅନ୍ତିମ ଦିନିକିଆରେ ଧିମା ବୋଲିଂ ହାର ନେଇ ଟିମ୍ ଇଣ୍ଡିଆ ଆଇସିସି ଦ୍ୱାରା ଦଣ୍ଡିତ ହୋଇଛି । ଜରିମାନା ବାବଦକୁ ପ୍ରତ୍ୟେକ ଖେଳାଳିଙ୍କ ମ୍ୟାଚ ଫି’ର ୪୦ ପ୍ରତିଶତ କଟାଯାଇଛି । ଭାରତୀୟ ଦଳ ନିର୍ଦ୍ଧାରିତ ସମୟରେ ବୋଲିଂ କୋଟା ସମ୍ପୂର୍ଣ୍ଣ କରିପାରି ନ ଥିଲେ ।

ଧାର୍ଯ୍ୟ ସମୟ ସୁଦ୍ଧା ବଳକା ରହିଥିବା ଓଭର ପିଛା ଖେଳାଳିଙ୍କ ମ୍ୟାଚ ଫି’ ୨୦ ପ୍ରତିଶତ କଟାଯିବା ନିୟମ ରହିଛି । ସିରିଜରେ ଦ୍ୱିତୀୟ ଥର ପାଇଁ ଭାରତୀୟ ଦଳ ଦଣ୍ଡିତ ହୋଇଥିବାରୁ ଅଧିନାୟକ ବିରାଟ କୋହଲି କ୍ଷମା ମାଗିଛନ୍ତି । ସେ ଜରିମାନା ଦଣ୍ଡାଦେଶକୁ ସ୍ୱୀକାର କରିଥିବାରୁ ପରବର୍ତୀ କୌଣସି ଶୁଣାଣୀର ଆବଶ୍ୟକତା ନାହିଁ ବୋଲି ଆଇସିସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.