Latest Odisha News

BREAKING NEWS

କର୍ଣ୍ଣ ହେବେ ଅଭିନେତା ରଣବୀର ସିଂ!

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର ସିଂ ତାଙ୍କ ଆଗାମୀ ଚଳଚ୍ଚିତ୍ର ୮୩କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏବେ ଖବର ଆସୁଛି ଯେ ଅଭିନେତା ଭାସୁ ଭଗ୍ନାନୀଙ୍କ ସ୍ୱପ୍ନର ପ୍ରୋଜେକ୍ଟ ସୂର୍ଯ୍ୟପୁତ୍ର ମହାବୀର କର୍ଣ୍ଣ ଅର୍ଥାତ୍‌ ମହାଭାରତର ଯୋଦ୍ଧା ସୂର୍ଯ୍ୟପୁତ୍ର କର୍ଣ୍ଣଙ୍କ ଭୂମିକାରେ ନଜର ଆସିପାରନ୍ତି।

ନିକଟରେ ଜ୍ୟାକି ଭାଗ୍ନାନୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଫିଲ୍ମର ଟିଜରର ଏକ ଭିଡିଓ କ୍ଲିପ୍ ସେୟାର କରିଛନ୍ତି। କିନ୍ତୁ ଫିଲ୍ମରେ ରଣବୀର ସିଂଙ୍କ ଭୂମିକା ବିଷୟରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଘୋଷଣା କରାଯାଇ ନାହିଁ।

ଅଭିନେତା ରଣବୀର ସିଂ ଏହି ପ୍ରକଳ୍ପ ପ୍ରତି ଆଗ୍ରହ ଦେଖାଇଥିବା ଜଣାଯାଇଛି। କିନ୍ତୁ ଅଭିନେତା ଏବଂ ପ୍ରୋଜେକ୍ଟ ନିର୍ମାତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଏପର୍ଯ୍ୟନ୍ତ ଶେଷ ହୋଇନଥିବା ସୂଚନା ମିଳିଛି।

Comments are closed.