Latest Odisha News

BREAKING NEWS

ଆଜି ଆୟୋଜିତ ହେବ ‘ଗୁଞ୍ଜନ ସନ୍ଧ୍ୟା’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ପ୍ରମୁଖ ଓଡିଶୀ ନୃତ୍ୟ କେନ୍ଦ୍ର ଗୁଞ୍ଜନ ନୃତ୍ୟ ଏକାଡେମୀ ତରଫରୁ ଭାରତର ବିଭିନ୍ନ ରାଜ୍ୟରେ ‘ଗୁଞ୍ଜନ ସନ୍ଧ୍ୟା ‘ ଆୟୋଜିତ ହୋଇଥାଏ। ଏହି ବର୍ଷ ଏହା  ଆଜି (୨୫ ମାର୍ଚ୍ଚ) ଭୁବନେଶ୍ୱରର ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହେବ ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଉତ୍ସବରେ ଗୁଞ୍ଜନ ଏକାଡେମୀର ଛାତ୍ରଛାତ୍ରୀ ମାନେ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ମୀରା ଦାସଙ୍କ ସଂଯୋଜିତ କୋରିଓଗ୍ରାଫିରେ ଓଡ଼ିଶୀ ନୃତ୍ୟର ବିଭିନ୍ନ ଶୈଳୀରେ ନୃତ୍ୟ ପରିବେଷଣ କରିବେ। ଏହା ନିୟମିତ ପ୍ରଦର୍ଶିତ ହେଉଥିବା ଓଡ଼ିଶୀ ନୃତ୍ୟଠାରୁ ଭିନ୍ନ ରହିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ଏହି ଅବସରରେ ଓଡ଼ିଶୀ ନୃତ୍ୟ ନିର୍ଦ୍ଦେଶନାରେ ମୌଳିକତା ଏବଂ ନୈତିକତା ଉପରେ ଏକ ସେମିନାର ମଧ୍ୟ ଆୟୋଜିତ ହେବ।

Comments are closed.