Latest Odisha News

BREAKING NEWS

ଜେଏସପିଏଲକୁ ସମ୍ମାନଜନକ ଶ୍ରେଷ୍ଠ ଯୋଗାଣ ଶୃଙ୍ଖଳା ଉତ୍ପାଦକ ପୁରସ୍କାର

ଭୁବନେଶ୍ବର : ଭାରତର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ (ଜେଏସପିଏଲ) ମୁମ୍ବାଇରେ ଅନୁଷ୍ଠିତ ଷଷ୍ଠ ଇଣ୍ଡିଆ ଲଜିଷ୍ଟିକ୍ସ ଆଣ୍ଡ ସପ୍ଲାଏ ଚେନ୍ ସମ୍ମାନ ୨୦୨୦ କାର‌୍ୟ୍ୟକ୍ରମରେ ବର୍ଷର ସମ୍ମାନଜନକ ରେସିଲିଏଣ୍ଟ୍ ଯୋଗାଣ ଶୃଙ୍ଖଳା ପୁରସ୍କାରରେ ସମ୍ମାନିତ ହୋଇଛି ।

କୋଭିଡ-୧୯ ପରି କଠିନ ସମୟରେ ସ୍ଥାନୀୟ ଯୋଗାଣକାରୀଙ୍କଠାରୁ କ୍ରୟ, ରିଭର୍ସ ଇଞ୍ଜିନିୟରିଂ, ପରିବହନ ସୁପରିଚାଳନା, ସ୍ବାସ୍ଥ୍ୟ ଏବଂ ନିରାପତ୍ତା ମାନଦଣ୍ଡ ପାଳନ କରିବା ଭଳି ଅଭିନବ ପଦକ୍ଷେପ ଏବଂ ଆଭିମୁଖ୍ୟ ନିମନ୍ତେ ଜେଏସପିଏଲ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହୋଇଛି । ଏହି କାର‌୍ୟ୍ୟକ୍ରମରେ ଜେଏସପିଏଲକୁ “ଟ୍ରାନ୍ସଫର୍ମେସନାଲ ଟିମ୍ ଡ୍ୟୁରିଙ୍ଗ ଟ୍ରାଇଙ୍ଗ ଟାଇମ୍” ସମ୍ମାନ ମଧ୍ୟ ମିଳିଛି ।

Leave A Reply

Your email address will not be published.