Latest Odisha News

BREAKING NEWS

ଭାରତ ବନ୍ଦ: ମୋ ବସ୍ ସେବା ପ୍ରଭାବିତ

ଭୁବନେଶ୍ୱର: ଦେଶବ୍ୟାପୀ କୃଷକ ସଂଗଠନ ଦେଇଥିବା ଭାରତ ବନ୍ଦର ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି। ଏହି ବନ୍ଦ ଯୋଗୁଁ ‘ମୋ ବସ୍’ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।

କ୍ରୁଟ୍ ପକ୍ଷରୁ ଏନେଇ ଟ୍ବିଟ କରାଯାଇଛି। ଟ୍ବିଟ ଅନୁଯାୟୀ ଷ୍ଟ୍ରାଇକ୍ ଯୋଗୁଁ ବିଭିନ୍ନ ସ୍ଥାନରେ ମୋ ବସ୍ ଚଳାଚଳ ବିଳମ୍ବ ହୋଇଥିବାବେଳେ ଆଉ କେତେକ ସ୍ଥାନରେ ପ୍ରଭାବିତ ହୋଇଛି। ଆବଶ୍ୟକ ସ୍ଥଳେ ଆଜି ଏହି ସେବାକୁ ବନ୍ଦ କରିଦିଆଯାଇପାରେ।

ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ସଂଗଠନ କର୍ମକର୍ତ୍ତା । ପିକେଟିଂ କରି ରାସ୍ତାରୋକ କରିଛନ୍ତି । ଏହି ବନ୍ଦ ସକାଳ ୬ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ। ଆନ୍ଦୋଳନକାରୀମାନେ ଭୁବନେଶ୍ୱରର କେତେକ ସ୍ଥାନରେ ରାସ୍ତା ଅବରୋଧ କରିଥିଲେ।

ଅଧିକ ପଢନ୍ତୁ- ଓଡ଼ିଶାରେ ବନ୍ଦ ପାଳନର ପ୍ରଭାବ: ରାସ୍ତାରୋକ ସହ ରେଳ ଅଟକାଇଲେ ଆନ୍ଦୋଳନକାରୀ

ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ ଓଡିଶା ସରକାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଥିବାବେଳେ ସମସ୍ତ ସରକାରୀ କର୍ମଚାରୀଙ୍କୁ ସକାଳ ୯:୩୦ ପୂର୍ବରୁ କାର୍ଯ୍ୟାଳୟରେ ପହଞ୍ଚିବାକୁ କୁହାଯାଇଥିଲା।

Comments are closed.