ଭୁବନେଶ୍ୱର: ଦେଶବ୍ୟାପୀ କୃଷକ ସଂଗଠନ ଦେଇଥିବା ଭାରତ ବନ୍ଦ ପ୍ରଭାବ ଓଡ଼ିଶାରେ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ସଂଗଠନ କର୍ମକର୍ତ୍ତା । ପିକେଟିଂ କରି ରାସ୍ତାରୋକ କରିଛନ୍ତି । ବିଭିନ୍ନ ଷ୍ଟେସନରେ ରେଳରୋକ ବି କରିଛନ୍ତି । କିଛି ସ୍ଥାନରେ ପୋଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଉଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

କୃଷକ ସଂଗଠନର ଭାରତ ବନ୍ଦକୁ ସମର୍ଥନ ଦେଇଛି ରାଜ୍ୟ କଂଗ୍ରେସ । ଦଳ ପକ୍ଷରୁ ଭୁବନେଶ୍ୱର ସମେତ ସବୁ ଜିଲ୍ଲାରେ ବନ୍ଦ ପାଳନ କରାଯାଉଛି । ସେହିପରି ବାମଦଳ କର୍ମକର୍ତ୍ତା ବି ସମର୍ଥନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରେଳରୋକ କରିଛନ୍ତି ଆନ୍ଦୋଳନକାରୀ । ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ଓଡ଼ିଶାରେ ବନ୍ଦକୁ ସମର୍ଥନ ମିଳିଛି । କୃଷକ ସଂଗଠନ ବନ୍ଦ ଡାକରାକୁ କଂଗ୍ରେସ ଓ ବାମଦଳ ସମେତ ୮ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି।
ଗୁଣୁପୁରରେ ପଡ଼ିଛି ଭାରତ ବନ୍ଦ ପ୍ରଭାବ । ଏଆଇକେଏମ୍ ଓ ଏଆଇକେଏମଏସ୍ କର୍ମୀ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୋଧରେ ସ୍ଲୋଗାନ ଦେଉଛନ୍ତି ଆନ୍ଦୋଳନକାରୀ । ସକାଳୁ ସକାଳୁ ବନ୍ଦ ପାଳନ ଯୋଗୁ ସାଧାରଣ ଜୀବନଯାତ୍ରୀ ସାମାନ୍ୟ ପ୍ରଭାବିତ ହୋଇଛି । ବନ୍ଦ ପାଳନକୁ ଦୃଷ୍ଟିରେ ରଖି ଆଜି ରାଜ୍ୟରେ ବନ୍ଦ ରହିଛି ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ।
BREAKING NEWS
- ଏନଭିଡିଆର ବଡ଼ ସଫଳତା: ୨୪ ଘଣ୍ଟାରେ ୨.୩ ବିଲିୟନ ଡଲାର ଲାଭ କଲା ଜେନ୍ସନ୍ ହୁଆଙ୍ଗଙ୍କ ଫାଉଣ୍ଡେସନ୍
- Vadodara airbase on target list:AK-47 ସହ ଜୈଶ ସନ୍ଦିଗ୍ଧ ଧରାପଡ଼ିଲା; ବାୟୁସେନା ଘାଟିକୁ ଟାର୍ଗେଟ୍ କରିବାକୁ କରିଥିଲା ଯୋଜନା
- ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ
- ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଅଭିନେତା ଅଫତାବ ଶିବଦାଶନି
- ଅଷ୍ଟମ ବେତନ କମିଶନ: ୨୦୨୬ ପୂର୍ବରୁ ଅବସର ନେଇଥିବା ବ୍ୟକ୍ତିଙ୍କ ପାଇଁ ସମାନ ସୁବିଧା ଦାବି କଲେ ପେନସନଭୋଗୀ
- କେମିତି ଦିଶୁଛି କେଜ୍ରିୱାଲଙ୍କ ଶିଶ ମହଲ; ଏଣିକି ଯାଇପାରିବେ ବୁଲିବାକୁ, ଜାଣନ୍ତୁ କେତେ ଟିକେଟ ଦାମ୍…
- ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଛି ପ୍ରାୟ ୧୭,୨୫୦ ସିଟ୍
- ‘ଗୋଟିଏ ସମ୍ପ୍ରଦାୟକୁ ପ୍ରାଥମିକତା’: ବିଚାରପତିଙ୍କ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଲେ ପୂର୍ବତନ ସିଜେଆଇ ଗଭାଇ, ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି
- ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲ୍କୁ ମିଳିଲା ଅନୁମୋଦନ: ଲୋକସଭା, ବିଧାନସଭାରେ ୫୦% ସିଟ୍ ବୃଦ୍ଧି
- ଜେଟ୍ର ପୂର୍ବତନ କର୍ମଚାରୀମାନେ PF ଓ ଗ୍ରାଚ୍ୟୁଇଟି ବାବଦକୁ ପାଇବେ ୪୮୦ କୋଟି ଟଙ୍କା
Comments are closed.