Latest Odisha News

ହାଇକୋର୍ଟରେ ଉପାସନାଙ୍କ ଆଗୁଆ ଜାମିନ ଆବେଦନ

ଭୁବନେଶ୍ବର : ନୟାପଲ୍ଲୀ ଅଞ୍ଚଳରେ ଭଡାଟିଆଙ୍କୁ ଆକ୍ରମଣ ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଉପାସନା ମହାପାତ୍ର । ବିଜେପି ନେତ୍ରୀ ଉପାସନାଙ୍କ ସହ ସ୍ବାମୀ ଶୁଭ୍ରାଂଶୁ ବିଶ୍ବାଳ ମଧ୍ୟ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ପ୍ରଣବ ରାୟଙ୍କ ଘରେ ପଶି ଭଙ୍ଗାରୁଜା ଘଟଣାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ଉପାସନାଙ୍କ ସମେତ ବିଜେପି ନେତା ସାରଦା ପ୍ରଧାନ ମଧ୍ୟ ସଂପୃକ୍ତ ଥିଲେ । ତେବେ ଉପସନାଙ୍କୁ ଧରିବାକୁ କମିଶନରେଟ ପୋଲିସ ୩ଟି ସ୍ବତନ୍ତ୍ର ଟିମ୍ ଗଠନ କରିଛି । ଘଟଣାରେ ବିଭିନ୍ନ ସ୍ଥାନରେ କମିଶନରେଟ ପୋଲିସର ପକ୍ଷରୁ ଚଢାଉ ଜାରି ରହିଛି । ତେବେ ଗିରଫଦାରୀ ଭୟରେ ଉପାସନା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଘଟଣାରେ ପୋଲିସ ପୂର୍ବରୁ ୧୮ ଜଣଙ୍କୁ ଗିରଫ କରିସାରିଛି ।

Comments are closed.