ବାରିପଦା: ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇବା ଘଟଣା ଥାନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା । ଏହି ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଥାନା ଅଧିକାରୀ ରୀନା ବକ୍ସଲାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସ୍ପି । କାଲି ବିନା ହେଲମେଟରେ ସ୍ୱାମୀଙ୍କ ସହ ବାଇକ୍ରେ ଯାଉଥିଲେ ଗର୍ଭବତୀ ମହିଳା । ଏତିକିବେଳେ ହେଲମେଟ୍ ଚେକିଂ ହେଉଥିଲା ।
ଥାନା ଅଧିକାରୀ ସଂପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ନେଇଯିବାରୁ ଗର୍ଭବତୀ ମହିଳା ୩ କିମି ଚାଲି ଥାନାକୁ ଯାଇଥିଲେ । ଏହି ଘଟଣାକୁ ନେଇ ଚାରିଆଡୁ ପୋଲିସରୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଘଟଣା ଏସପିଙ୍କ ଦୃଷ୍ଟିକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।
Comments are closed.