Latest Odisha News

BREAKING NEWS

ହୋଲିରେ ରାଜଧାନୀର ରାସ୍ତାଘାଟ ଖାଁ ଖାଁ, ସବୁଠି ଜଗିଛି ପୋଲିସ

ଭୁବନେଶ୍ୱର: କୋଭିଡ୍ କଟକଣା ଭିତରେ ରାଜ୍ୟରେ ପାଳନ ହେଉଛି ହୋଲି । ଟ୍ୱିନସିଟିରେ ପୋଲିସର କଡ଼ା ଚେକିଂ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଘରେ ହୋଲି ଖେଳିବାକୁ କମିଶନରେଟ୍ ପୋଲିସ ସହିତ ମହାନଗର ନିଗମ କମିଶନର କହିଥିଲେ । ହୋଲି ଖେଳିବାକୁ ରାସ୍ତାକୁ ଆସିଲେ ପୋଲିସ କାର୍ଯ୍ୟାନୁଷ୍ଠାନର ଡର ମଧ୍ୟ ଦେଖାଇଥିଲା ।

Odisha government has banned Holi celebrations at public places

ସକାଳୁ ସକାଳୁ ରାଜଧାନୀର ବିଭିନ୍ନ ସ୍ଥାନର ତା’ର ପ୍ରଭାବ ଦେଖିବାକୁ ମିଳିଛି । ରାଜମହଲରୁ ନନ୍ଦନକାନନ, ଖଣ୍ଡଗିରିରୁ ପଳାଶୁଣି ସବୁଠି ଛକ ଜାଗାରେ ଅମାନିଆଙ୍କୁ ଜଗିଛି ପୋଲିସ । ରଙ୍ଗ ଖେଳିବାକୁ ଅଧିକାଂଶ ସ୍ଥାନରେ କେହି ଘରୁ ବାହାରକୁ ବାହାରୁନାହାଁନ୍ତି । କେବଳ ଜରୁରୀ କାମ ଥିଲେ ଲୋକ ବାହରକୁ ବାହାରୁଥିବା ଦେଖିବାକୁ ମିଳିଛି ।

Odisha government has banned Holi celebrations at public places

ହୋଲି ପାଳନ ଉପରେ ପ୍ରଶାସନର କଡ଼ା କଟକଣା ପରେ ରାସ୍ତାଘାଟ ଖାଁ ଖାଁ ହୋଇଯାଇଛି । ଲାଗୁଛି ସହରରେ ଯେମିତି କର୍ଫ୍ୟୁ ଲାଗିଛି । ହୋଲି ପାଇଁ ଆଜି ଅପରାହ୍ଣ ୩ଟା ପରେ ଯାଇ ମୋ ବସ୍ ଚଳାଚଳ କରିବ । ହୋଲି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ୧୫ ପ୍ଲାଟୁନ୍ ପୋଲିସ ରାଜଧାନୀରେ ମୁତୟନ ହୋଇଥିବା ବେଳେ ପିସିଆର୍ ଭ୍ୟାନ୍ ଓ ଷ୍ଟ୍ରାଇକିଂ ଫୋର୍ସ ପାଟ୍ରୋଲିଂ କରୁଛନ୍ତି ।

Leave A Reply

Your email address will not be published.