Latest Odisha News

BREAKING NEWS

ଦ୍ୱିତୀୟ ଡୋଜ କରୋନା ଟିକା ନେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କୋଭିଡ-୧୯ ଟିକାର ର ଦ୍ୱିତୀୟ ଡୋଜ ଗ୍ରହଣ କରିଛନ୍ତି। ଦିଲ୍ଲୀର ହାର୍ଟ ଆଣ୍ଡ ଲଙ୍ଗ୍‌ସ ପ୍ରତିଷ୍ଠାନରେ ଡ. ହର୍ଷବର୍ଦ୍ଧନ ଏବଂ ପତ୍ନୀ ନୂତନ ଗୋଏଲଙ୍କୁ ଟିକା ଦିଆଯାଇଛି।

ଟିକା ନେବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଟିକାକରଣର ପ୍ରଥମ ମାତ୍ରା ଗ୍ରହଣ କରିବା ପରେ ଆମ ଦୁହିଁଙ୍କଠା‌ରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରାଯାଇ ନାହିଁ। ଏହାସହ ସେ ଲୋକମାନଙ୍କୁ ବିନା ଦ୍ୱିଧାରେ ଟିକାକରଣ କରିବାକୁ ଅନୁରୋଧ କରିଛନ୍ତି।

ରିପୋର୍ଟ ଅନୁଯାୟୀ ସେ କହିଛନ୍ତି ଯେ, “ଭାରତୀୟ ଟିକା ନିରାପଦ ଏବଂ ପ୍ରଭାବଶାଳୀ ଅଟେ। ଟିକାକୁ ନେଇ ଅନେକ ଲୋକଙ୍କର ସନ୍ଦେହ ରହିଛି। ଅନ୍ୟଥା ପ୍ରଚାରକୁ ବିଶ୍ବାସ ନକରିବାକୁ ମୁଁ ଅନୁରୋଧ କରୁଛି।”

ମାର୍ଚ୍ଚ ୨ରେ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ତାଙ୍କ ପତ୍ନୀ ଟିକା ର ପ୍ରଥମ ଡୋଜ ଗ୍ରହଣ କରିଥିଲେ।

Comments are closed.