Latest Odisha News

BREAKING NEWS

ସୁନ୍ଦରଗଡ଼ରେ ଘନ କୁହୁଡ଼ି ଯୋଗୁଁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଗଡ଼ପୋଷା ଛକରେ ଶୁକ୍ରବାର ରାତିରେ ଘନ କୁହୁଡ଼ି ଯୋଗୁଁ କ୍ରମାଗତ ସଡ଼କ ଦୃର୍ଘଟଣା ଘଟିବା ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘନ କୁହୁଡ଼ି ଯୋଗୁଁ ଏବେ ସଡ଼କ ମରଣଯନ୍ତା ପାଲଟିଛି ।

ମିଳିଥିବା ସୂଚନାନୁଯାୟୀ, ଗୋଟିଏ ଟ୍ରକ ସହିତ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଟ୍ରକଟିର ଡ୍ରାଇଭର ଓ ହେଲପର ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଲା, ଏହି ଦୁର୍ଘଟଣାର ପ୍ରାୟ ଏକ ମିନିଟ ପରେ ହିଁ ଘନ କୁହୁଡ଼ି ଯୋଗୁଁ ଏହି ଦୁଇଟି ଦୁର୍ଘଟଣାଗ୍ରସ୍ତ ଟ୍ରକଟିକୁ ଅନ୍ୟ ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା ।

ଏହି ଦୁର୍ଘଟଣାର ପୁଣି କିଛି ସମୟ ପରେ ଏକ ପରିବା ବୋଝେଇ ଅଟୋ ରିକ୍ସା ସେହି ଟ୍ରକକୁ ଧକ୍କା ଦେଇଥିଲା । ଟ୍ରକଟିରେ ପୂର୍ବରୁ ଡ୍ରାଇଭର ଜଣକ ଗୁରୁତର ଭାବେ ଆହତ ହୋଇଥିଲେ ।

ଏହି ଖବର ପାଇଲା ମାତ୍ରେ କୁତ୍ରା ଥାନାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିମାନଙ୍କୁ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି ।

ଶନିବାର ସକାଳେ ମୃତ ଡ୍ରାଇଭରଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବାର ବ୍ୟବସ୍ଥା କରିଛନ୍ତି କୁତ୍ରା ଥାନା ପୋଲିସ ।

Leave A Reply

Your email address will not be published.