Latest Odisha News

BREAKING NEWS

ଓଡ଼ିଶା ଉପକୂଳରୁ ହେଲିକପ୍ଟର ଦ୍ୱାରା ଟ୍ୟାଙ୍କ ବିଧ୍ୱଂସୀ ‘ହେଲିନା’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର : ଭାରତ ହେଲିକପ୍ଟରରୁ ଅତ୍ୟାଧୁନିକ ତଥା ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ୟାଙ୍କ ବିଧ୍ୱଂସୀ ‘ହେଲିନା’ କ୍ଷେପଣାସ୍ତ୍ରକୁ ଓଡ଼ିଶା ଉପକୂଳରୁ ସଫଳତାର ସହିତ ଉତକ୍ଷେପଣ କରିପାରିଛି ।

ଏହି ‘ହେଲିନା’ କ୍ଷେପଣାସ୍ତ୍ର ଡ଼ିଆରଡ଼ିଓ ଦ୍ୱାରା ବିକାଶ ହେବା ସହିତ ଇଣ୍ଟେଗ୍ରେଟେଡ଼ ଗାଇଡ଼େଡ ମିସାଇଲ ଡ଼େଭଲପମେଣ୍ଟ କାର୍ଯ୍ୟକ୍ରମରେ ଅନ୍ତଭୃକ୍ତ ହୋଇଛି । ‘ହେଲିନା’ ହେଉଛି ହେଲିକପ୍ଟର ଲଞ୍ଚ୍ ଭର୍ସନ ‘ନାଗ’ କ୍ଷେପଣାସ୍ତ୍ରର ଉନ୍ନତ ପଦ୍ଧତି ।

ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁରସ୍ଥିତ ପରୀକ୍ଷଣ କେନ୍ଦ୍ରରୁ ଦ୍ୱିପ୍ରହର ପ୍ରାୟ ୧୨.୫୫ ବେଳକୁ ଏହାର ପରୀକ୍ଷଣ କରାଯାଇଥିଲା । ଏହି ମିସାଇଲ ୭-୮ କିମି. ଦୂରତା ଯାଏଁ ଲକ୍ଷ୍ୟ ଭେଦ କରିପାରିବ ।

ଏହି ହେଲିନା ଡିଆରଡିଓ ଦ୍ୱାରା ବିକଶିତ ହୋଇଥିବା ବେଳେ ଦୁନିଆର ସବୁଠୁ ଉନ୍ନତ ଆଣ୍ଟି ଟ୍ୟାଙ୍କ ହତିଆର ମଧ୍ୟରୁ ଅନ୍ୟତମ ବୋଲି ସୂଚନା ମିଳିଛି । ଏହାଯୋଗୁଁ ଦେଶର ପ୍ରତିରକ୍ଷା କ୍ଷମତା ଆହୁରି ସୁଦୃଢ ହେବାରେ ସହାୟକ ହେବ ।

‘ହେଲିନା’ର ଏହି ପରୀକ୍ଷଣ ସମୟରେ ଏହା ସଠିକ ସମୟରେ ନିର୍ଦ୍ଧାରିତ ଟାର୍ଗେଟରେ ଲକ୍ଷ୍ୟ ଭେଦ କରିପାରିଛି ।

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡ଼ିଆରଡ଼ିଓ) ଦ୍ୱାରା ଏହି ଉଚ୍ଚ କ୍ଷମତା ସମ୍ପନ୍ନ ‘ହେଲିନା’ କ୍ଷେପଣାସ୍ତ୍ର ବିକାଶ ତଥା ନିର୍ମିତ ହୋଇଛି ।

ଏହି କ୍ଷେପଣାସ୍ତ୍ର ସମେତ ଏଥିରେ ବ୍ୟବହୃତ ହେଉଥିବା ଟେଲିମେଟାରୀ ଷ୍ଟେସନ, ଟ୍ରାକିଂ ସିଷ୍ଟମ ଏବଂ ହେଲିକପ୍ଟର ଭାରତୀୟ ଆର୍ମି ଦ୍ୱାରା ଯୋଗାଇ ଦିଆଯାଇଛି ।

୨୦୧୫ ମସିହା ଜୁଲାଇ ୧୩ ତାରିଖରେ ରାଜସ୍ଥାନର ଜୈସଲମେରସ୍ଥିତ ଏକ ଫାୟାରିଂ ରେଞ୍ଜରେ ହେଲିନାର ୩ ରାଉଣ୍ଡ ପରୀକ୍ଷଣ କରାଯାଇଥିଲା । ସେହିପରି ଅଗଷ୍ଟ ୧୯ ତାରିଖରେ ପୋଖରନ୍ ଟେଷ୍ଟ ରେଞ୍ଜରୁ ରୁଦ୍ର ହେଲିକପ୍ଟର ଜରିଆରେ ଏହାର ସଫଳ ପରୀକ୍ଷଣ କରାଯାଇଥିଲା ।

Leave A Reply

Your email address will not be published.