Latest Odisha News

BREAKING NEWS

କରୋନା ଟିକା ନେଲେ ଅଭିନେତ୍ରୀ ମଲାଇକା ଅରୋରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ଶୁକ୍ରବାର କୋଭିଡ୍-୧୯ ଟିକାର ପ୍ରଥମ ଡୋଜ ନେଇଛନ୍ତି। ସେ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଟିକା ଗ୍ରହଣ କରିଛନ୍ତି।

ଏହାସହ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ସେମାନଙ୍କ ଉଦ୍ୟମ ପାଇଁ ଧନ୍ୟବାଦ ଦେଇଛନ୍ତି। ସୋସିଆଲ୍‌ ମିଡିଆରେ ଫଟୋ ପୋଷ୍ଟ କରି ସେ ଉଲ୍ଲେଖ କରିଛନ୍ତି ଯେ ସେ ଏହି ଟିକା ପାଇବାକୁ ଯୋଗ୍ୟ। ଆସନ୍ତାକାଲିଠୁ ଦେଶରେ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏଥିରେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଛି।

Comments are closed.