Latest Odisha News

BREAKING NEWS

‘ନୀଳିମା ରାଣୀ : ମାଇଁ ମଦର , ମାଇଁ ହିରୋ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : କିଟ ଓ କିସର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ରଚିତ ଇଂରାଜୀ ପୁସ୍ତକ ‘ନୀଳିମା ରାଣୀ : ମାଇଁ ମଦର , ମାଇଁ ହିରୋ’ ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାଇଡୁଙ୍କ ଦ୍ୱାରା ରାଜଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି।

ପୁସ୍ତକଟିର ଉନ୍ମୋଚନ ସମୟରେ ଉପରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଥିଲେ ଯେ ଅତ୍ୟଧିକ ଦାରିଦ୍ର୍ୟ ସତ୍ତ୍ୱେ ଜଣେ ମା ନିଜର ସମସ୍ତ ସନ୍ତାନ ମାନଙ୍କୁ ଉଚ୍ଚ ଶିକ୍ଷା ଦେବା ପାଇଁ ନିଶ୍ଚିତ କରିଥିଲେ ଏବଂ ଏକ ଉତ୍ତମ ନାଗରିକ ଭାବରେ ଗଢ଼ିବା ପାଇଁ ଯେଉଁ ସଂଘର୍ଷର ସାମ୍ନା କରିଥିଲେ ତାହା ତାଙ୍କ ପ୍ରତି ମନରେ ଗଭୀର ସମ୍ମାନ ଭାବ ଆଣିଦିଏ । ଏହାସହ ଅଚ୍ୟୁତ ସାମନ୍ତଙ୍କ ଗାଁ କଲରାବାଙ୍କ ଦେଶର ପ୍ରଥମ ସ୍ମାର୍ଟ ଗ୍ରାମ ଭାବରେ ପରିଣତ ହେବା ମଧ୍ୟ ଅତ୍ୟନ୍ତ ଖୁସିର ବିଷୟ ଏବଂ ସମସ୍ତ ସଫଳ ବ୍ୟକ୍ତି ସେମାନଙ୍କର ମା ତଥା ଜନ୍ମସ୍ଥାନକୁ ମନେରଖି ତାର ଉନ୍ନତି ପାଇଁ ସର୍ବଦା ଯତ୍ନବାନ ହେବା ଆବଶ୍ୟକ ବୋଲି ଉପରାଷ୍ଟ୍ରପତି ମତ ବ୍ୟକ୍ତ କରିଥିଲେ।

ଏହି ପୁସ୍ତକରେ ଡ ସାମନ୍ତ ତାଙ୍କ ମା’ଙ୍କ ଜୀବନର ଦାରିଦ୍ର୍ୟ ଓ ସଂଘର୍ଷ ଭିତରେ କିପରି ସାତଟି ପିଲାଙ୍କର ଲାଳନ ପାଳନ କରିଥିଲେ ସେହି ବିଷୟରେ ରଚନା କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କାଦମ୍ବିନୀର ସମ୍ପାଦିକା ଇତି ସାମନ୍ତ ଉପସ୍ଥିତ ଥିଲେ।

Leave A Reply

Your email address will not be published.