Latest Odisha News

BREAKING NEWS

ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସମ୍ମାନଜନକ ‘କଳିଙ୍ଗ ରତ୍ନ’ ସମ୍ମାନ ପ୍ରଦାନ

ଭୁବନେଶ୍ୱର : ସାରଳା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆଦିକବି ଶାରଳା ଦାସଙ୍କ ୬୦୦ତମ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ବିଧାୟକ ତଥା ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସମ୍ମାନ ଜନକ ‘କଳିଙ୍ଗ ରତ୍ନ’ ସମ୍ମାନ ପ୍ରଦାନ କରାଯାଇଛି।

BjdElectrycity

ଏହି ଅବସରରେ ଆୟୋଜିତ ଉତ୍ସବରେ ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାଇଡୁ ଉପସ୍ଥିତ ରହି ଶ୍ରୀ ହରିଚନ୍ଦନଙ୍କୁ ଏହି ସମ୍ମାନ ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇଥିଲେ।

ସାରଳା ଦାସ ଆଧୁନିକ ଓଡ଼ିଆ ଭାଷାର ଜନକ । ତାଙ୍କ ଦ୍ଵାରା ରଚିତ ମହାଭାରତ ଗ୍ରନ୍ଥ ଏକ ଅନନ୍ୟ ସୃଷ୍ଟି ଏବଂ ପଞ୍ଚଦଶ ଶତାଦ୍ଦୀର ପ୍ରଚଳିତ ଭାଷାକୁ ବ୍ୟବହାର କରି ସାହିତ୍ୟକୁ ଲୋକାଭିମୁଖୀ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ମହାଭାରତରେ ସ୍ଥାନ ପାଇଥିବା ଘଟଣା ସବୁ ପ୍ରତ୍ୟେକ  ଓଡ଼ିଆଙ୍କ ଜୀବନରେ ପ୍ରତିଫଳିତ ବୋଲି ଉପରାଷ୍ଟ୍ରପତି ମତବ୍ୟକ୍ତ କରିଥିଲେ।

ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାରଳା ସାହିତ୍ୟ ସଂସଦର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.