Latest Odisha News

BREAKING NEWS

ରାକେଶ ଟିକାୟତଙ୍କ ଗାଡ଼ି ଉପରେ ଆକ୍ରମଣ ଅଭିଯୋଗରେ ୧୪ ଜଣ ଗିରଫ

ଚଣ୍ଡିଗଡ଼: ରାଜସ୍ଥାନର ଅଲୱର ଜିଲ୍ଲାରେ ରାକେଶ ଟିକାୟତଙ୍କ ଉପରେ ଆକ୍ରମଣ ଅଭିଯୋଗରେ ୧୪ ଜଣଙ୍କୁ ଗିରଫ କରିଛି ପୋଲିସ । କଳା ପତାକା ଦେଖାଇବା ଓ ଗାଡ଼ି ଉପରକୁ ଆକ୍ରମଣ ଅଭିଯୋଗରେ ପୋଲିସ ଏହି କାର୍ଯ୍ୟାନୁଷ୍ଠନ ନେଇଛି ।

କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାୟତଙ୍କ ଗାଡ଼ି ଉପରେ ଶୁକ୍ରବାର ରାଜସ୍ଥାନରେ ଆକ୍ରମଣ ହୋଇଥିଲା । ଅଲୱରର ହରସୌରାରୁ ବାନସୁର ଯାଉଥିବା ବେଳେ ତତାରପୁର ନିକଟରେ ଟିକାୟତଙ୍କ ଗାଡ଼ି ଉପରକୁ ପଥର ମାଡ଼ ହୋଇଥିଲା । ଆକ୍ରମଣରେ ଟିକାୟତଙ୍କ କାରର କାଚ ଭାଙ୍ଗି ଯାଇଥିଲା । କିଛି ଲୋକ ଟିକାୟତଙ୍କ ଉପରକୁ କାଳି ମାଡ଼ କରିଥିଲେ ।

ପୋଲିସ ସଠିକ୍ ସମୟରେ ଟିକାୟତଙ୍କୁ ସୁରକ୍ଷା ଦେଇ ସେଠାରୁ ବାହାର କରି ନେଇଥିଲା । ପୋଲିସ ସୁରକ୍ଷା ଭିତରେ ଟିକାୟତ ବାନସୁର ପହଞ୍ଚିଥିଲେ ।

Leave A Reply

Your email address will not be published.