ଭୁବନେଶ୍ୱର: ଛତିଶଗଡ଼ରେ କରୋନା କେସ୍ ଉପରମୁହାଁ । ସେଠି ବଢୁଛି ଦୈନିକ ସଂକ୍ରମଣ । ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ୪ଟି ଜିଲ୍ଲା ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଇଛି । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ବି ଅଧିକ ରହିଛି ।
ଛତିଶଗଡ଼ରେ ମାଡୁଛି, ପଶ୍ଚିମରେ ବଢୁଛି
ଛତିଶଗଡ଼ରେ ସଂକ୍ରମଣ ବୃଦ୍ଧି ନୂଆପଡ଼ା ଜିଲ୍ଲାକୁ ଚିନ୍ତା ବଢ଼ିଛି । ଗତ ୨୪ ଘଣ୍ଟାରେ ଛତିଶଗଡ଼ରୁ ଚିହ୍ନଟ ହୋଇଛନ୍ତି ୪ହଜାର ୧୭୪ ଆକ୍ରାନ୍ତ । ଏହି ସମୟରେ ନୂଆପଡ଼ାରୁ ଚିହ୍ନଟ ହୋଇଛନ୍ତି ୭୧ ସଂକ୍ରମିତ । ସେହିପରି ସୁନ୍ଦରଗଡ଼ରୁ ଆଉ ୭୫ ଜଣ ପଜିଟିଭ୍ ବାହାରିଛନ୍ତି । କଳାହାଣ୍ଡିରୁ ୨୯ ଓ ବରଗଡ଼ ଜିଲ୍ଲାରେ ଏହି ସଂଖ୍ୟା ୧୯ । ଆଜି ରାଜ୍ୟରୁ ମୋଟ୍ ୪୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ୪ଟି ଜିଲ୍ଲାରୁ କେବଳ ୧୯୪ ସଂକ୍ରମିତ ।
୪ଟି ଜିଲ୍ଲାରେ ବଢୁଛି ଆକ୍ଟିଭ୍ କେସ୍
ସେହିପରି ଏହି ୪ଟି ଜିଲ୍ଲାରେ ଆକ୍ଟିଭ୍ କେସ୍ ବି କ୍ରମାଗତ ବଢ଼ି ଚାଲିଛି । ରାଜ୍ୟରେ ଏବେ ୨୮ଶହ ୨୦ଟି କରୋନା ଆକ୍ଟିଭ୍ କେସ୍ ରହିଛି । ନୂଆପଡ଼ାରେ ଏହି ସଂଖ୍ୟା ୩୩୨, ସୁନ୍ଦରଗଡ଼ରେ ୩୦୭, କଳାହାଣ୍ଡିରେ ୨୪୩ ଓ ବରଗଡ଼ ଜିଲ୍ଲାରେ ରହିଛି ୨୨୦ଟି କରୋନା ସକ୍ରିୟ ମାମଲା । ଏହି ୪ ଜିଲ୍ଲାରେ କେବଳ ୧୧ଶହ ୨ଟି ଆକ୍ଟିଭ୍ କେସ୍ ରହିଛି ।
ଛତିଶଗଡ଼ରେ ସଂକ୍ରମଣ ଉପରମୁହାଁ ହେଉଥିବା ବେଳେ ସୀମାନ୍ତ ଜିଲ୍ଲାରେ ପଜିଟିଭ୍ କେସ୍ ବଢୁଛି । ଛତିଶଗଡ଼ରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛି ପ୍ରଶାସନ । ଏହା ସହ ସମ୍ୱଲପୁର, ଝାରସୁଗୁଡ଼ା ଜିଲ୍ଲାରେ ବି ପୂର୍ବ ଅପେକ୍ଷା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ିଛି ।
BREAKING NEWS
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
Comments are closed.