Latest Odisha News

BREAKING NEWS

ଆସନ୍ତା ଏପ୍ରିଲ୍ ୬ରୁ ଜେଇଇ ମେନ-୨ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ୬ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ।

‘ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି’ (ଏନଟିଏ) ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଫେବୃଆରୀ ୮ ତାରିଖରୁ ଆରମ୍ଭ ହେବ ।

ବର୍ଷକୁ ୨ଥର ଲାଗି ଅନୁଷ୍ଠିତ ହେଉଥିବା ଏହି ପରୀକ୍ଷାର ୨ୟ ପର୍ଯ୍ୟାୟ ପାଇଁ ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୭ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ ଏବଂ ମାର୍ଚ୍ଚ ୮ ତାରିଖ ସୁଦ୍ଧା ପରୀକ୍ଷା ଫି’ ଦାଖଲ କରିପାରିବେ ।

ଜେଇଇ ମେନର ପ୍ରଥମ ପର୍ଯ୍ୟାୟ ପେପର- ୧ ପରୀକ୍ଷା ଜାନୁଆରୀ ୮ରୁ ୧୨ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପେପର-୧ ପରୀକ୍ଷା ଫଳ ଜାନୁଆରି ୧୯ ଓ ପେପର-୨ ପରୀକ୍ଷା ଫଳ ଜାନୁଆରି ୩୧ରେ ପ୍ରକାଶ ପାଇ ସାରିଛି।

ସେହିପରି ଯେଉଁ ଛାତ୍ରଛାତ୍ରୀମାନେ ଜେଇଇ ମେନର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଦେଇପାରିନଥିଲେ ସେମାନେ ଏହି ପରୀକ୍ଷାରେ ଭାଗ ନେଇପାରିବେ। ଯେଉଁମାନେ ଉଭୟ ପରୀକ୍ଷା ଦେଇଥିବେ, ଭଲ କରିଥିବା ପରୀକ୍ଷାର ମାର୍କକୁ ବିଚାରକୁ ନିଆଯାଇ ମେରିଟ୍ ଲିଷ୍ଟ ତଥା ର‌୍ୟାକିଂ ପ୍ରକାଶ କରାଯିବ।

ଏହି ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ବିସ୍ତୃତ ବିବରଣୀ ଏହାର ୱେବସାଇଟରେ www.nta.ac.in  ଏବଂ www.jeemain.nic.in ଉପଲବ୍ଧ ରହିଛି ।

Comments are closed.