Latest Odisha News

BREAKING NEWS

ନିର୍ଦ୍ଧାରିତ ସମୟର ୫ଦିନ ପୂର୍ବରୁ ସରିଲା ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ବର : ଶେଷ ହେଲା ବିଧାନସଭା ଅଧିବେଶନ । ୫ଟି କାର୍ଯ୍ୟଦିବସ ପୂର୍ବରୁ ଶେଷ ହୋଇଛି ବିଧାନସଭା ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଚଳିତ ଅଧିବେଶନରେ ମୋଟ ୨୬ଟି ବୈଠକ ବସିଥିଲା । ଯେଉଁଥିରେ ମୋଟ ୯ଟି ବିଲ୍ ପାରିତ ହୋଇଥିଲା ।

ଫେବ୍ରୁଆରି ୧୮ ତାରିଖରୁ ରାଜ୍ୟ ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା । ୨୦୨୧ -୨୨ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଗୃହରେ ପାରିତ ହେବା ସହ, ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍, ସମିତି ପଞ୍ଜିକରଣ ସଂଶୋଧନ ବିଲ୍, ବ୍ୟୟ ମଞ୍ଜୁରୀ ବିଲ୍ ଭଳି ୯ଟି ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ ହୋଇଛି । ସେହିପରି ଚାଷୀ ସମସ୍ୟା, ଦରଦାମ ବୃଦ୍ଧି, ତୈଳଦର ବୃଦ୍ଧି ପରି ବିଭିନ୍ନ ପ୍ରସଙ୍ଗରେ ମୁଲତବି ଜରିଆରେ ସରଗରମ ଆଲୋଚନା ହୋଇଥିଲା । ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିଥାନ୍ତା । କିନ୍ତୁ ଆଜି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ।

Comments are closed.