Latest Odisha News

BREAKING NEWS

ମାଲକାନଗିରି: ପିଆଜ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଶନିବାର ଦିନ ସ୍ଥାନୀୟ ପୋଲିସ ଏକ ପିଆଜ ବୋଝେଇ ଟ୍ରକରୁ ପାଖାପାଖି ୮ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରିଛି ।

ମିଳିଥିବା ସୂଚନାନୁଯାୟୀ ଖଇରପୁଟ ପୋଲିସ ଥାନାର ଏକ ଟିମ୍ କୌଣସି ସୁତ୍ରରୁ ଖବର ପାଇ ପୋଡା ଘାଟ ନିକଟରେ ଏକ ଟ୍ରକ୍ ଉପରେ ଚଢାଉ କରିଥିଲେ । ଏହି ଚଢାଉ ବେଳେ ଉକ୍ତ ଟ୍ରକରେ ଥିବା ପିଆଜ ବସ୍ତା ମଧ୍ୟରେ ଗଞ୍ଜେଇ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ପରେ ପୋଲିସ ଉକ୍ତ ଟ୍ରକକୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।

ଆହୁରି ମଧ୍ୟ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାରୁ ଛତିଶଗଡ଼କୁ ଏହି ଗଞ୍ଜେଇ ଗୁଡିକ ଚୋରା ଚାଲାଣ କରାଯାଉଥବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Leave A Reply

Your email address will not be published.