Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ, କରୋନା ମୁକାବିଲା ପାଇଁ ଚାଲିଛି ପ୍ରସ୍ତୁତି 

ନୂଆଦିଲ୍ଲୀ: ସଙ୍ଗୀନ ହେଲାଣି କରୋନା ସେକେଣ୍ଡ ୱେଭ୍ । ଯୁଦ୍ଧକାଳୀନ ଭିତ୍ତିରେ କରୋନା ମୁକାବିଲା ପାଇଁ ଚାଲିଛି ପ୍ରସ୍ତୁତି । କରୋନାର ପ୍ରକୋପ ବଢୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି ।

କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ସ୍ବାସ୍ଥ୍ୟ ସଚିବଙ୍କ ସହ ବହୁ ବରିଷ୍ଠ ଅଧିକାରୀଙ୍କ ଆଲୋଚନା ଚାଲିଛି । ବଢୁଥିବା ସଂକ୍ରମଣ ଓ ଟିକାକରଣ ନେଇ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ । 

ଦେଶରେ ଗୋଟିଏ ଦିନରେ୯୩,୨୪୯ ଆକ୍ରାନ୍ତ । ୨୦୨୦ ସେପ୍ଟେମ୍ବର ୧୯ ପରେ ସର୍ବାଧିକ । ମାର୍ଚ୍ଚ ୨୪ରୁ ପ୍ରତିଦିନ ୫୦ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୫୧୩ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ସବୁଠୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୪୯,୪୪୭ ନୂଆ କେସ୍ ଆସିଛି ।

ମହାମାରୀ ଆରମ୍ଭ ପରଠାରୁ ରାଜ୍ୟରେ ଗୋଟିଏ ଦିନରେ ଏହା ସବୁଠାରୁ ଅଧିକ । ସଂକ୍ରମଣ ବୃଦ୍ଧି ଦେଖି ମହାରାଷ୍ଟ୍ର ସରକାର ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି । ରାତି ରାତି ୮ରୁ ସକାଳ ୭ ଯାଏ, ୧୧ ଘଣ୍ଟିଆ କର୍ଫ୍ୟୁ ଘୋଷଣା ହୋଇଛି । 

Comments are closed.