Latest Odisha News

BREAKING NEWS

ବିନା ଦର୍ଶକରେ ଖେଳାଯିବ ଆଇପିଏଲ୍

ନୂଆଦିଲ୍ଲୀ : ଗତବର୍ଷ ଭଳି ଏଥର ବି ବିନା ଦର୍ଶକରେ ଖେଳାଯିବ ଆଇପିଏଲ୍ । ଦେଶରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢୁଥିବାରୁ ବିବାନ ଦର୍ଶକରେ ଆଇପିଏଲ ମ୍ୟାଚ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଦେଶରେ କରୋନାର ଦ୍ବିତୀୟ ଲହରୀ ମାଡି ଚାଲିଥିବା ବେଳେ, ଏପରି ସ୍ଥିତିରେ ଷ୍ଟାଡିୟମରେ ଦର୍ଶକ ପ୍ରବେଶ କରିବା ଦ୍ବାରା ସଂକ୍ରମଣ ବଢିବାର ଆଶଙ୍କା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ଭଳି ଏଥର ମଧ୍ୟ ବିନା ଦର୍ଶକରେ ଆଇପିଏଲ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ ।

ଏ ସମ୍ପର୍କରେ ସୂଚନା ଦେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା କହିଛନ୍ତି, କରୋନା ପାଇଁ ପୂର୍ବଭଳି ବାୟୋ-ବବଲ ଭିତରେ ରହି ଖେଳାଳିମାନେ ଆଇପିଏଲ୍ ଖେଳିବେ । ବିସିସିଆଇ ମଧ୍ୟ ଖେଳାଳିଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବ । କରୋନା ସଂକ୍ରମଣ ପାଇଁ ଏଥର କେବଳ ୬ଟି ଷ୍ଟାଡିୟମରେ ଆଇପିଏଲର ସମସ୍ତ ମ୍ୟାଚ୍ ଖୋଳାଯିବ ବୋଲି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ପାଇଁ ଗତବର୍ଷ ଭାରତ ବଦଳରେ ୟୁଏଇରେ ଆଇପିଏଲ୍ ମ୍ୟାଚ୍ ଖେଳାଯାଇଥିଲା ।

Leave A Reply

Your email address will not be published.