ନୂଆଦିଲ୍ଲୀ: ଛତିଶଗଡ଼ରେ କାୟା ବିସ୍ତାର କରୁଛି କରୋନା । ଏପଟେ ଓଡ଼ିଶାରେ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଦୈନିକ ସଂକ୍ରମଣ ବଢୁଛି । ମୁକାବିଲା ପାଇଁ ଆଜିଠୁ ଛତିଶଗଡ଼ ସୀମାନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାରେ ଲାଗୁ ହେବ ୭ ଘଣ୍ଟିଆ ନାଇଟକର୍ଫ୍ୟୁ । ଏସବୁ ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼ , ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି । ରାତି ୧୦ଟାରୁ ସକାଳ ୫ଟା ଯାଏ ରାତ୍ରିକାଳୀନ କର୍ଫ୍ୟୁ ଅନ୍ୟାଦେଶ ଯାଏ ବଳବତ୍ତର ରହିବ ।

କ’ଣ ବନ୍ଦ
ନାଇଟ୍ କର୍ଫ୍ୟୁ ସମୟରେ ବନ୍ଦ ରହିବ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ କାର୍ୟ୍ୟାଳୟ । ଲୋକଙ୍କ ବୁଲାବୁଲି ଉପରେ କଟକଣା ଲାଗିବ । ଜରୁରୀ କାମ ନଥିଲେ ରାତି ୧୦ଟା ପରେ ବୁଲାବୁଲି ମନା । କାମ ନଥାଇ ଘରୁ ବାହାରିଲେ ମାମଲା ରୁଜୁ ହେବ । ନିର୍ଦ୍ଦେଶର ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।
କ’ଣ ଖୋଲା
ନାଇଟ୍ କର୍ଫ୍ୟୁ ବେଳେ ଜରୁରିକାଳୀନ ସେବାକୁ ବାଦ ଦିଆଯିବ । ମେଡିକାଲ୍ କିମ୍ବା ଅନ୍ୟ କୌଣସି ଜରୁରିକାଳୀନ କାମରେ ଯାଆସ କରିପାରିବେ । ସ୍ୱାସ୍ଥ୍ୟସେବା ଓ ଆମ୍ବୁଲାନ୍ସ ସେବା ଜାରି ରହିବ । ପେଟ୍ରୋଲ ପମ୍ପ, ସିଏନଜି ସେଣ୍ଟର ଖୋଲା ରହିବ । ଶିଳ୍ପ ପ୍ରତିଷ୍ଠାନ ଉପରେ କଟକଣା ନାହିଁ । ନିର୍ମାଣ କାମ ଚାଲୁ ରହିବ । ହୋମ୍ ଡେଲିଭରି ଉପରେ ନାହିଁ କଟକଣା । ବିଦ୍ୟୁତ, ଅଗ୍ନିଶମ, ଜଳ ଯୋଗାଣ, ରେଲଓ୍ୱେ ଓ ଏୟାରପୋର୍ଟ କର୍ମଚାରୀ ଯାଆସ କରି ପାରିବେ ।
BREAKING NEWS
- ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ; ୬୦ ବର୍ଷ ହେଲେ ଆପେ ଯିବେ ଭତ୍ତା ପୋର୍ଟାଲକୁ
- ରାଜସୱ ନିରୀକ୍ଷକ ଚାକିରି ଆଶା ଦେଖାଇ ଯୁବକଙ୍କ ଠାରୁ ସାଢେ ୫ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
- ରାଜ୍ୟରେ ମଞ୍ଜୁର ହେଲା ୩,୭୯୩ କୋଟିର ୨୪ ପ୍ରକଳ୍ପ, ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି
- Sambalpur Football Academy: ସମ୍ବଲପୁରରେ ନିର୍ମାଣ ହେବ ଫିଫା ମାନର ଆଧୁନିକ ଫୁଟବଲ ପଡ଼ିଆ
- ଟେନିସ ଜଗତକୁ ମିଳିଲା ନୂଆ ମହିଳା ସୁପରଷ୍ଟାର
- ଫିଲ୍ମ ‘ବାରାଣସୀ’କୁ ନେଇ ବଡ ଖୁଲାସା, ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିବେ ମହେଶ ବାବୁ
- ଲାକ୍ଷାଦ୍ୱୀପରେ ମଦ ଉପରୁ ହଟିଲା ନିଷେଧ, ଏବେ ଲାଇସେନ୍ସ ସହିତ ମିଳିବ ମଞ୍ଜୁରୀ
- ମାଓବାଦୀ କମାଣ୍ଡର ରବୀନ୍ଦ୍ର ଗଞ୍ଜୁ ଦଳର ସକ୍ରିୟ ସଦସ୍ୟ ମୁକେଶ ଗିରଫ;୯ରୁ ଅଧିକ ମାଓହିଂସାରେ ଜଡିତ
- ସଚିନଙ୍କ ପରେ ବୈଭବଙ୍କୁ ନେଇ ବଡ ଅନୁମତି ଦେଲା ବିସିସିଆଇ
- Boost Consumer Transparency:୮୫୦ ମିଲି ତେଲ ପାଉଚ ଆଉ ବିକ୍ରି ହେବ ନାହିଁ! ଖାଦ୍ୟ ତୈଳ କମ୍ପାନୀଙ୍କ ମନଇଛା ପ୍ୟାକେଜିଂ ଉପରେ ଲାଗିଲା ଲଗାମ
Comments are closed.