ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବତନ କମିଶନର ପରମବୀର ସିଂ ଆଣିଥିବା ଅଭିଯୋଗର ତଦନ୍ତ କରିବ ସିବିଆଇ । ପ୍ରାଥମିକ ତଦନ୍ତ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ୧୫ ଦିନ ଭିତରେ ତଦନ୍ତ ସାରିବାକୁ କହିଛନ୍ତି କୋର୍ଟ । ଏହାପରେ ପରବର୍ତ୍ତୀ କାର୍ୟ୍ୟପନ୍ଥା ସ୍ଥିର କରାଯିବ । ଗତ ମାର୍ଚ୍ଚ ୩୧ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ବମ୍ବେ ହାଇକୋର୍ଟ । ଅନୀଲ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୁମ୍ୱାଇର ପୂର୍ବତନ କମିଶନର ପରମବୀର ସିଂ ।
ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପରମବୀର ସିଂ । ମୁମ୍ୱାଇରୁ ଶହେ କୋଟି ଟଙ୍କା ଆଦାୟ କରିବା ପାଇଁ ଅନୀଲ ଦେଶମୁଖ ଗିରଫ ପୋଲିସ ଅଫିସର ସଚିନ ବାଜେଙ୍କୁ ଟାର୍ଗେଟ ଦେଇଥିଲେ । ପୋଲିସ କମିଶନର ପଦରୁ ପରମବୀର ସିଂଙ୍କ ବଦଳି ପରେ ଚିଠିରେ ସେ ଏକଥା ଖୁଲ୍ଲାସା କରିଥିଲେ ।
ଅନୀଲ ଦେଶମୁଖଙ୍କ ବିରୋଧରେ ତଦନ୍ତ ପାଇଁ ପରମବୀର ସିଂ ସୁପ୍ରିମକୋର୍ଟରେ ପିଟିସନ୍ କରିଥିଲେ । ହାଇକୋର୍ଟ ଯିବାକୁ ନିର୍ଦ୍ଦେ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ଏବେ କୋର୍ଟ ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି । କୋର୍ଟ କହିଛନ୍ତି, ଅନୀଲ ଦେଶମୁଖ ଗୃହ ମନ୍ତ୍ରୀ ଅଛନ୍ତି । ନିରପେକ୍ଷ ତଦନ୍ତ ପାଇଁ ପୋଲିସ ଉପରେ ନିର୍ଭର କରାଯାଇ ପାରିବ ନାହିଁ । ସିବିଆଇ ପ୍ରାରମ୍ଭିକ ତଦନ୍ତ କରିବ । ଠୋସ୍ ପ୍ରମାଣ ମିଳିଲେ ଅନୀଲ ଦେଶମୁଖଙ୍କ ବିରୋଧରେ ଏଫଆଇଆର ଦାଖଲ କରିବ ସିବିଆଇ ।
BREAKING NEWS
- ପ୍ଲେ ଅଫ ପ୍ରବେଶ ପାଇଁ ଆରସିବିକୁ ଚେନ୍ନାଇ ସ୍କୋର ୨୦୦ ରନ ତଳେ ରଖିବାକୁ ପଡିବ
- ୨୦୧୮ରୁ୨୨ ମଧ୍ୟରେ କୁଆଡେ ଗଲା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଗଛ
- ଅତ୍ୟଧିକ ଚାପରେ ରହୁଥିବା ମହିଳାଙ୍କୁ ଇଚ୍ଛାମୃତ୍ୟୁ ଅନୁମତି
- ସବୁଠାରୁ ଭୟଙ୍କର ଏହି ଆଇଲ୍ୟାଣ୍ଡ, ଗଲେ ହେବ ନିଶ୍ଚୟ ମୃତ୍ୟୁ
- ବିଜେଡି ଘେରିବା ପରେ ରାଜ୍ୟ ବିଜେପି ମୈଦାନକୁ ଛାଡିଲାକି ମୁଖ୍ୟମନ୍ତ୍ରୀ ଚେହେରା?
- ନିଶା ଦ୍ରବ୍ୟ ବିରୁଦ୍ଧରେ ଇସିଆଇର ଅଭିଯାନ; ଜବତର ହୋଇଛି ୪୫% ନିଶା ଦ୍ରବ୍ୟ
- ଘରେ ବସି ଭୋଟ ଦେଲେ ବରିଷ୍ଠ ନେତା ଆଡଭାନୀ, ମୁରଲୀ, ମନମୋହନ ସିଂହ ଓ ଅନସାରୀ
- ଜାଲ୍ ନୋଟ୍ କାରବାର କରି ଲିଙ୍ଗରାଜ ବେହେରା ସଶ୍ରମ କାରାଦଣ୍ଡରେ ଦଣ୍ଡିତ
- ନେତାଙ୍କ ନାଁରେ ଆପତ୍ତିଜନକ ପୋଷ୍ଟ, ଛାଟ ମାରିଲା କମିଶନରେଟ ପୋଲିସ
- କଡ ଲେଉଟାଉଛି କରୋନା, ମାସ୍କ ପିନ୍ଧିବାକୁ ସତର୍କ ସୂଚନା ଜାରି