Latest Odisha News

BREAKING NEWS

ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କମ୍ପିଲାଣି ପିପିଲି ବ୍ୟାଟଲ ଗ୍ରାଉଣ୍ଡ । ସରଗରମ ହେଲାଣି କ୍ୟାମ୍ପେନ ଓ୍ୱାର । ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭୋଟ୍ ମାଗିବେ ନବୀନ । ଏନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ପିପିଲି ଉପନିର୍ବାଚନ ରଣନୀତି ନେଇ ବରିଷ୍ଠ ନେତା ପ୍ରତାପ ଦେବଙ୍କ ବାସଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ତେବେ ବିଜେଡି ସୁପ୍ରିମୋଙ୍କ ପ୍ରଚାର ତାରିଖ ଧାର୍ଯ୍ୟ ହୋଇ ନାହିଁ ।

ପ୍ରତାପ ଦେବଙ୍କ ଘରେ ବସିଥିବା ବୈଠକରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଉମା ସାମନ୍ତରାୟଙ୍କ ସମେତ ଡେଲାଙ୍ଗ-ପିପିଲିର ବହୁ ବିଜେଡି ନେତା ଉପସ୍ଥିତ ଥିଲେ । ଉପନିର୍ବାଚନ ରଣନୀତି ନେଇ ବିଚାରବିମର୍ଶ ହୋଇଛି । ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ନିଆଯିବ । ହାତରେ ଆଉ ଅଳ୍ପ ଦିନ ରହିଲା । ଭଲ ବ୍ୟବଧାନରେ ପିପିଲିରେ ବିଜେଡି ବାଜିମାତ କରିବ ବୋଲି ଦଳ ଦୃଢ଼ମନା ରହିଛି ।

ଏବେ ପିପିଲିରେ ପ୍ରଚାର ଜୋରଦାର ହୋଇଛି । ଖରା ତାତିରେ ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ । ବିଜେଡିରୁ ରୁଦ୍ର ପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସର ଅଜିତ ମଙ୍ଗରାଜଙ୍କ ମଧ୍ୟରେ ଲଢ଼େଇ ହେବ । ଶୋଭାଯାତ୍ରା, ରୋଡ୍ ସୋ ଓ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ଚଳାଇଛନ୍ତି ପ୍ରାର୍ଥୀ ଓ ସମର୍ଥକ ।

Leave A Reply

Your email address will not be published.