Latest Odisha News

ଘରେ କେହି ନ ଥିବାର ଫାଇଦା ଉଠାଇଲେ ଲୁଟେରା, ନଗଦ ଟଙ୍କା ଓ ସୁନା ଗହଣା ଲୁଟ

ଭୁବନେଶ୍ବର: ଘରେ କେହି ନ ଥିବାର ସୁଯୋଗ ନେଇ ଲୁଟପାତ କରିଛନ୍ତି ଲୁଟେରା । ନଗଦ ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି । ଘରେ ଥିବା ନଗଦ ୨ ଲକ୍ଷ ୬୦ ହଜାର ଟଙ୍କା ସହ ୪ ଭରି ସୁନା ଲୁଟି ନେଇଛନ୍ତି ଲୁଟେରା । ଘରେ ଥିବା ୪ଟି ମୋବାଇଲ ଫୋନ୍ ମଧ୍ୟ ଲୁଟିନେଇଯାଇଛନ୍ତି ଲୁଟେରା । 

ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ମହାଦେବ ନଗର ଲେନ-୧ରେ ଘଟିଛି ଘଟଣା । ସୁଶାନ୍ତ ମାଲିକଙ୍କ ଘରୁ ଲୁଟ ହୋଇଛି । ନିଜ ପରିବାର ସହିତ ସେ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯାଇଥିଲେ । ଏହାର ସୁଯୋଗ ଉଠାଇ ଦୁର୍ବୁତ୍ତ ଘରର ପଛ ଝରକା ଭାଙ୍ଗି ଘର ଭିତରେ ପଶିଥିଲେ । ଲୁଟ ନେଇ ଘର ମାଲିକ ସୁଶାନ୍ତ ମାଲିକ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.