Latest Odisha News

BREAKING NEWS

ମମତାଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ, ୪୮ ଘଂଟା ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ

କୋଲକାତା: ନିର୍ବାଚନ କମିଶନ ବୁଧବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୂଖ୍ୟ ମମତା ବାନାର୍ଜୀଙ୍କୁ ନୋଟିସ ଜାରୀ କରିଛନ୍ତି । ଧର୍ମକୁ ଆଧାର କରି ସେ ଭୋଟ ମାଗିଥିବାରୁ ଇସି ୪୮ ଘଂଟା ମଧ୍ୟରେ ଏହାର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଉତର ସନ୍ତୋଷଜନକ ନ ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

ଏକ ନିର୍ବାଚନ ରାଲୀରେ ମମତା ମୁସଲମାନଙ୍କୁ ଭାଗ ଭାଗ ନ ହେବାକୁ କହିଥିଲେ । ଏଥିନେଇ ବିଜେପି ଇସିଙ୍କ ନିକଟରେ ଅଭିଯୋଗ କରିଥିଲା । ମମତା ଜନ ପ୍ରତିନିଧି ଆଇନ ୧୯୫୧ ଓ ନିର୍ବାଚନ ଆଚରଣବିଧିଙ୍କୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏକ ନିର୍ବାଚନ ରାଲୀରେ ଏ ନେଇ ଦିଦିଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ ।

Leave A Reply

Your email address will not be published.