Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ: କୋଟିଆର ୨୨ ଗାଁରେ ୧୪୪ ଧାରା ଜାରି

ଭୁବନେଶ୍ୱର: କୋଟିଆର ୨୨ଟି ଗାଁରେ ଆଜି ସନ୍ଧ୍ୟା ୫ଟାରୁ ଆସନ୍ତାକାଲି ସନ୍ଧ୍ୟା ୬ଟା ଯାଏଁ ୧୪୪ ଧାରା ଜାରି କରାଯାଇଛି । ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ଥିବାରୁ ୧୪୪ ଧାରା ଜାରି ହୋଇଛି । ୨୨ଟି ଗାଁରେ ମାଜିଷ୍ଟ୍ରେଟ କ୍ଷମତା ନେଇ ରହିବେ ୨୨ ଅଫିସର । ଅଫିସରଙ୍କ ସହ ୨୨ ଗାଁରେ ବ୍ୟାପକ ପୋଲିସ ମଧ୍ୟ ମୁତୟନ ରହିବେ ।

ଓଡ଼ିଶାର ସୀମାନ୍ତ ଗାଁରେ ନିର୍ବାଚନ ପାଇଁ ଚେଷ୍ଟା କରୁଛନ୍ତି ଆନ୍ଧ୍ର ସରକାର । ଗତକାଲି ହାଇକୋର୍ଟ ପଞ୍ଚାୟତ ନିର୍ବାଚନ ଉପରେ ରୋକ ଲଗାଇଥିଲେ । ହେଲେ ଆଜି ଡିଭିଜନ ବେଞ୍ଚ ଉକ୍ତ ନିର୍ଦ୍ଦେଶକୁ ରଦ୍ଦ କରି ପଞ୍ଚାୟତ ନିର୍ବାଚନ କରିବାକୁ ଅନୁମତି ଦେଇଛନ୍ତି ।

ପୁରା ରାଜ୍ୟରେ ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ପାଇଁ ଭୋଟିଂ ହେବ । ଏଥିସହ ଓଡ଼ିଶାର କୋଟିଆରେ ମଧ୍ୟ ଭୋଟ ଗ୍ରହଣ ହେବ । ତେବେ ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ କରିବାକୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଭୋଟ ଗଣତି କିମ୍ବା ରେଜଲ୍ଟ ପ୍ରକାଶ ପାଇପାରିବ ନାହିଁ ।

ତରବରିଆ ଓ ଖୁବକମ ଦିନରେ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ବିରୋଧୀ ଟିଡିପି, ବିଜେପି ଓ ଜନସେନା ପାର୍ଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Leave A Reply

Your email address will not be published.