Latest Odisha News

BREAKING NEWS

ବାଳକାଟିରୁ ୧ କିଲୋ ସୁନା ଜବତ

ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ବାଳକାଟିରୁ ୧ କିଲୋ ସୁନା ଜବତ । ଚୋରି ସୁନା କିଣିବା ଅଭିଯୋଗରେ ସୁନା ଦୋକାନୀଙ୍କୁ ହେପାଜତକୁ ନେଇଛି ଲକ୍ଷ୍ମୀସାଗର ଥାନା ପୋଲିସ । ସୁନା ଦୋକାନୀ ସୁଶାନ୍ତ ଦେଠୀଙ୍କୁ ପୋଲିସ ପଚରା ଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ବାଳକାଟି ବଜାରରେ ଥିବା ସୁଶାନ୍ତଙ୍କ ଓମ୍ ଜୁଏଲାରୀ ଉପରେ ଚଢ଼ାଉ କରିଥିଲା ଲକ୍ଷ୍ମୀସାଗର ଥାନା ପୋଲିସ । କେହି କିଛି ବୁଝିବା ଆଗରୁ ସୁଶାନ୍ତଙ୍କୁ ଭ୍ୟାନରେ ବସାଥ ଥାନାକୁ ଆଣିଥିଲା ପୋଲିସ । ଏଥିସହ ୧ କିଲୋଗ୍ରାମ ସୁନା ମଧ୍ୟ ଜବତ କରିଥିଲା ପୋଲିସ । ସୁଶାନ୍ତ ବିଭିନ୍ନ ସମୟରେ ଚୋରି ସୁନା କିଣୁଥିବା ନେଇ ଲକ୍ଷ୍ମୀସାଗର ପୋଲିସ୍ ସୂଚନା ପାଇଥିଲା । ତେବେ ବାଳକାଟିରେ ଏତେ ଟଙ୍କାର ସୁନା ଜବତ ହେବା ପ୍ରଥମ ଘଟଣା ।

Leave A Reply

Your email address will not be published.