Latest Odisha News

BREAKING NEWS

ଭାରତରେ ଟି୨୦ ବିଶ୍ୱକପ ଆୟୋଜନ ନେଇ ଆଶଙ୍କା !

ନୂଆଦିଲ୍ଲୀ: କୋଭିଡ-୧୯ କେସ୍ ଦ୍ରୁତ ବେଗରେ ବଢ଼ିଥିବାରୁ ଭାରତରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ ନେଇ ଆଶଙ୍କା ବୃଦ୍ଧି ପାଇଛି । ବୁଧବାର ଆଇସିସି ସିଇଓ ଜେଫ ଆଲାର୍ଡାଇସ ଏ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଯଦି ଭାରତରେ ଏହା ଆୟୋଜିତ ହୋଇ ନ ପାରେ ତାହାହେଲେ ଏହାର ବିକଳ୍ପ ବ୍ୟବସ୍ଥା ଆମ ନିକଟରେ ରହିଛି । ବର୍ତମାନ ସବୁ କିଛି ଠିକ ଠାକ ଚାଲିଛି ।

ଏବେଠାରୁ ଏ ବିଷୟରେ ଚିନ୍ତା କରିବା ଠିକ୍ ହେବ ନାହିଁ । ଯଦି ଏହା ଭାରତରେ ନ ହୁଏ ତାହାହେଲେ ଯେତେଦୂର ସମ୍ଭବ ୟୁଏଇରେ ହେବ ବୋଲି ସେ କହିଛନ୍ତି । ଆଇପିଏଲ୧୩ତମ ସଂସ୍କରଣର ସଫଳତାର ସହ ଆୟୋଜନ କରି ସମସ୍ତଙ୍କୁ ପ୍ରଭାବିତ କରିଛି । କରୋନା ମହାମାରୀ ଯୋଗୁ ଗତବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପକୁ ସ୍ଥଗିତ ରଖା ଯାଇଥିଲା ।

Leave A Reply

Your email address will not be published.