Latest Odisha News

BREAKING NEWS

କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ବିରୋଧ, ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ୍ ଦାଖଲ କଲା ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଆଉ ଏକ ପିଟିସନ୍ ଦାଖଲ କରିଛନ୍ତି । ଓଡ଼ିଶାର କୋରାପୁଟ ଜିଲ୍ଲାର କୋଟିଆରେ ଆନ୍ଧ୍ରପ୍ରଦେଶ ମଣ୍ଡଳ ପରିଷଦ ଓ ଜିଲ୍ଲା ପରିଷଦ ନିର୍ବାଚନ ଲାଗି ନୋଟିଫିକେସନ୍ ଜାରି କରିଥିବା ବେଳେ ଏହାର ବିରୋଧ କରି ରାଜ୍ୟ ସରକାର ପିଟିସନ୍ ଦାଖଲ କରିଛନ୍ତି ।

କୋଟିଆରେ ନିର୍ବାଚନରୁ ବିରତ ରହିବା ଲାଗି ପଡ଼ୋଶୀ ରାଜ୍ୟକୁ ନିର୍ଦ୍ଦେଶ ଦେବା ଲାଗି ଓଡ଼ିଶା କୋର୍ଟରେ ଆବେଦନ କରିଛି । କୋଟିଆରେ ଆନ୍ଧ୍ରର ନିର୍ବାଚନକୁ କୋର୍ଟ ଅବମାନନା ବୋଲି ବିଚାର କରିବାକୁ ଓଡ଼ିଶା ଦାବି କରିଛି । କୋଟିଆରେ ଆଜି ସମିତି ମେମ୍ବର ଓ ଜିଲ୍ଲା ପରିଷଦ ଲାଗି ଭୋଟ୍ ଗ୍ରହଣ କରିବା ଲାଗି ଆନ୍ଧ୍ର ଯୋଜନା କରିଛି ।

ପୂର୍ବରୁ ଆନ୍ଧ୍ର ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ଉପରେ କଟକଣା ଲଗାଇଥିଲେ । ପରେ ବୁଧବାର ତିନିଜଣିଆ ଖଣ୍ଡପୀଠ ନିର୍ବାଚନ ନେଇ କରିଥିବା କଟକଣାକୁ ହଟାଇ ନେଇଥିଲେ । ଏଥିସହ ଭୋଟ୍ ଗଣତି ୧୦ ତାରିଖରେ କରିବାକୁ ନିର୍ଦ୍ଧାରିତ କରିଥିଲେ ।

ଆନ୍ଧ୍ରର ନିର୍ବାଚନକୁ ଚେକ୍ ଦେବାକୁ ଯାଇ ବୁଧବାର ଠାରୁ କୋଟିଆରେ କୋରାପୁଟ ବିଜେଡି, ବିଜେପି ଓ କଂଗ୍ରେସର ନେତା ଡେରା ପକାଇଛନ୍ତି । ପ୍ରଶାସନ ପକ୍ଷରୁ କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି ହୋଇଛି । ଅତି ଜରୁରୀ ନଥିଲେ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ ଦେଇଛି ପ୍ରଶାସନ ।

Leave A Reply

Your email address will not be published.